5Tରେ ନୂଆ ରୂପ ପାଇବ ବଡଚଣାର ୭ ସ୍କୁଲ

0

ଚଣ୍ଡିଖୋଲ, ୨୨|୧୧ : ବଦଳୁଛି ସରକାରୀ ବିଦ୍ୟାଳୟର ରୂପରେଖ । ୫ଟି ମାଧ୍ୟମରେ ସ୍କୁଲ ଗୁଡିକର ରୂପାନ୍ତରଣର ପ୍ରକ୍ରିୟା ଜାରି ରହିଛି । ଯାଜପୁର ଜିଲ୍ଲାରେ ମଧ୍ୟ ଚାଲୁ ରହିଛି ସ୍କୁଲ ଗୁଡିକର ରୂପାନ୍ତରଣ ପ୍ରକ୍ରିୟା । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଚାଲୁ ରହିଥିବା ୬୫ଟି ସ୍କୁଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଖୁବ ଶୀଘ୍ର ଏ ସବୁର ଲୋକାର୍ପଣ ହେବ ବୋଲି ଜଣାପଡିଛି ।

ନୂଆ କରି ରୂପରେଖ ପାଇବାକୁ ଥିବା ସ୍କୁଲର ପାଚେରୀରେ ଭଳିକି ଭଳି ପ୍ରତିଛବି ।୫ଟି ମାଧ୍ୟମରେ ବଦଳୁଛି ସ୍କୁଲର ରୂପରେଖ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତରେ ଅଛି କୃଷ୍ଣପୁର ଶାସନ ସରକାରୀ ବିଦ୍ୟାଳୟ । ବଦଳିଛି ସ୍କୁଲର ରୂପରେଖ । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରାଟୋରୀ ସାଙ୍ଗକୁ ଶୌଚାଳୟ ବି ରହିଛି । ବିଦ୍ୟାଳୟର ସୁନ୍ଦର ପରିବେଶ ସମସ୍ତଙ୍କ ମନ ମୋହୁଛି ।
ଜୀବନରେ ସଫଳତା ପାଇଁ ହିଁ ସ୍କୁଲରୁ ମୂଳଦୁଆ ପଡିଥାଏ । ସହର ଓ ଗାଁ ସ୍କୁଲ ମଧ୍ୟରେ ଯେମିତି କୌଣସି ତଫାତ ନ ରହିବ ସେନେଇ ସରକାର ନିରନ୍ତର ଭାବେ ଧ୍ୟାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୫ଟି ମାଧ୍ୟମରେ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ ପକ୍ରିୟା ଚାଲୁ ରହିଛି । ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୬୫ଟି ସ୍କୁଲର ରୂପାନ୍ତରଣ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବଡ଼ଚଣା ବ୍ଲକରେ ୭ଟି ସ୍କୁଲର ରୂପାନ୍ତରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି ।

ତେବେ ଲୋକାର୍ପଣ ପୂର୍ବରୁ ସ୍କୁଲ ପରିଦର୍ଶନ କରିଛନ୍ତି ବଡ଼ଚଣା ବିଧାୟକ, ବିଡ଼ିଓ ଓ ଅନ୍ୟ ଅଧିକାରୀ । ବିଧାୟକ ସ୍କୁଲ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ଯୋଗୁଁ ଶିକ୍ଷାର ଆହୁରି ବିକାଶ ହୋଇ ପାରିବ ବୋଲି ବଡ଼ଚଣା ବିଧାୟକ କହିଛନ୍ତି ।

Leave a comment