ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ଆରମ୍ଭ ହେବ ୫ଜି ସେବା
ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ ହେବ । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏ ନେଇ ଘୋଷଣା କରିଛନ୍ତି । ସେପଟେ, ସେ ଆହୁରି କହିଛନ୍ତି ଓଡିଶାକୁ ପ୍ରଥମ ପର୍ଯ୍ୟାୟରେ ୫-ଜି ସେବା ମିଳିବ ବୋଲି କହିଥିଲି । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।
ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ । ଜର୍ମାନୀ, ଜାପାନ ଭଳି ଝଲକ ଦେଖିବାକୁ ମିଳିବ । ଏ ନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ । ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ । ସେ ଆହୁରି ମଧ୍ୟ କହିଛନ୍ତି, ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି । ରାଜନୀତିରୁ ଉଦ୍ଧ୍ୱର୍ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ । ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ ।
ରାଜ୍ୟ ସରକାର ଜମି ପାଇଁ ଅନୁମତି ଦେଲେ ପ୍ରକଳ୍ପ ଆଗେଇବ । ରେଲୱେ ଓ ଟେଲିକମ୍ କ୍ଷେତ୍ରରେ ଅବହେଳା ଅଭିଯୋଗ ଆସୁଛି । ପୂର୍ବରୁ ପ୍ରକଳ୍ପ ପାଇଁ ଓଡିଶାକୁ ୮୦୦ କୋଟି ଦିଆଯାଉଥିଲା । ଏବେ ମୋଦୀଜୀ ୧୦ହଜାର କୋଟି ଟଙ୍କା ଦେଲେଣି । ଓଡିଶାକୁ ଅବହେଳା କଥା କହିପାରିବେନି । ଯେତେ ଟଙ୍କା ଦରକାର ବିନିଯୋଗ କରିବାକୁ ନରେନ୍ଦ୍ର ମୋଦୀ କହିଛନ୍ତି ।