୧୦ ଫୁଟ୍‌ ଗାତରୁ ମିଳିଲା ପରିବାରର ୫ ଜଣଙ୍କ ମୃତଦେହ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ):ଗତ ଗୋଟିଏ ମାସ ହେଲା ନିଖୋଜ ହୋଇଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଶବ ପରିତ୍ୟକ୍ତ କ୍ଷେତରୁ ମିଳିଛି । ଏମାନଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପରେ ପୂର୍ବରୁ ଖୋଳା ଯାଇଥିବା ୮ରୁ ୧୦ ଫୁଟ ଗଭୀର ଗାତରେ ପୋତି ଦିଆଯାଇଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ପରିବାରର ୫ ଜଣଙ୍କୁ ଦୁଇ ଭାଇ ଅତି ନୃଶଂସ ଭାବେ ହଦ୍ୟା କରି ପୁଣି ମାଟିରେ ପୋତି ଦେଲେ । ଏହି ହତ୍ୟାକାଣ୍ଡ ଘଟିଛି ମଧ୍ୟ ପ୍ରଦେଶର ଦେବାସ ଜିଲ୍ଲାର ଦବଙ୍ଗ ଗାଁରେ । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ସହିତ ଚାରିଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି । ବାକି ଛଅ ଜଣ ଅଭିଯୁକ୍ତଙ୍କୁ ପୋଲିସ ଖୋଜିଖୋଜି କରୁଛି । ପୋଲିସ ଜମିରେ ମାଟି ଖୋଳି ମୃତକଙ୍କ ଶବ ବାହାର କରିଛି । ଶବଗୁଡିକ ପଚାସଢା ଅବସ୍ଥାରେ ମିଳିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪୫ ବର୍ଷୀୟ ମମତା କାସ୍ତେ, ତାଙ୍କ ଦୁଇ ଝିଅ ୨୧ ବର୍ଷୀୟ ରୂପାଲି ଓ ୧୪ ବର୍ଷୀୟ ଦିବ୍ୟା ସାମିଲ୍‌ । ଏହା ବ୍ୟତୀତ ମମତାଙ୍କ ଝିଆରି ପୂଜା ଓ ପୁତୁରା ପବନ ଅସୱାଲ ସାମିଲ । ପୂଜାର ବୟସ ୧୫ ବର୍ଷ ହୋଇଥିବା ବେଳେ ପବନର ବୟସ ୧୩ ବର୍ଷ ହୋଇଥିବା ଜଣାପଡିଛି । ସମସ୍ତ ମୃତକ ମେ ୧୩ରୁ ନିଖୋଜ ହୋଇ ଯାଇଥିଲେ । ଜଣେ ସ୍ଥାନୀୟ ଲୋକ ପୋଲିସଙ୍କୁ ଜଣାଇଥିଲେ ଯେ, ରୂପାଲି ଓ ସୁରେନ୍ଦ୍ର ପରସ୍ପରକୁ ଭଲ ପାଉଥିଲେ । ମାତ୍ର କିଛି ସପ୍ତାହ ପୂର୍ବ ରୂପାଲୀଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇ ଯାଇଥିଲା । ପୂରା ପରିବାର ନିଖୋଜ ହେବା ପୂର୍ବରୁ ସୁରେନ୍ଦ୍ର ଓ ରୂପାଲିଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଝଗଡା ହୋଇଥିଲା । ଶର୍ମା କହିଛନ୍ତି, ଗାଁ ଲୋକଙ୍କଠୁ ସୂଚନା ମିଳିବା ପରେ ପୋଲିସ ସୁରେନ୍ଦ୍ର ଓ ତାର ଭାଇ ଭୂରାକୁ ଗିରଫ କରିଥିଲା । ଜେରା ବେଳେ ଉଭୟ ନିଜର ଦୋଷ ସ୍ୱୀକାର କରିବା ସହ ସମସ୍ତଙ୍କୁ ହତ୍ୟା କରି ଗାତରେ ପୋତି ଦେଇଥିବା କହିଥିଲେ ।

Leave a comment

You cannot copy content of this page