ଚୀନର ୫୪ ମୋବାଇଲ ଆପଲିକେସନକୁ ବ୍ୟାନ ଘୋଷଣା କଲା ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୀମାରେ ଚୀନ ଓ ଭାରତ ମଧ୍ୟରେ ଲାଗିଥିବା ସଂଘର୍ଷକୁ ନେଇ ଭାରତ ଅନେକ ମୋବାଇଲ ଆପଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛି । ଆଜି ଭାରତ ସରକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନରେ ୫୪ ମୋବାଇଲ ଆପଲିକେସନକୁ ବ୍ୟାନ କରିବାକୁ ଘୋଷଣା କରିଛନ୍ତି । ବ୍ୟାନ ହୋଇଥିବା ୫୪ଟି ଆପ୍ ଗୁଡିକ ହେଲା- ଭିଭା ଭିଡିଓ ଏଡିଟର, ଆପ ଲକ, ଡୁଆର ସ୍ପେସ ଲାଇଟ, ଓନମୟୋଜି ଚିଜ, ଓନମୟୋଜି ସୁଇଟ ସେଲଫି ଏଚଡି, ବିୟ୍ୟୁଟି ସେଲଫି କ୍ୟାମେରା, ଇକ୍ୟୁଲାଇଜର ଏବଂ ବାସ ବୁଷ୍ଟର, କ୍ୟାମକାର୍ଡ, ଆଇସୋଲ୍ୟାଣ୍ଡ ୨, ଆସେସ ଟାଇମ ଲାଇଟ, ଏରିନା ରହିଛି । ଏହି ଆପ ଗୁଡିକ ଭାରତ ପାଇଁ ବିପଦ ସୃଷ୍ଟି କରୁଛି । ଏହା ଛଡା ପୂର୍ବରୁ ଗତ ବର୍ଷ ଜୁନରେ ଚୀନର 59 ଆପ ବ୍ୟାନ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯୁବଗୋଷ୍ଠୀ ବ୍ୟବହାର କରୁଥିବା ଟିକଟକ, ୟୁଇ ଚାର୍ଟ ବ୍ୟାନ କରିଥିଲା କେନ୍ଦ୍ର ସରକାର। ତେବେ ଟିକଟକ୍ କହିଥିଲା ଯେ, ସେ କୌଣସି ବି ତଥ୍ୟ ଚୀନ କିମ୍ବା ଅନ୍ୟ ଦେଶ ସହ ସେୟାର କରନ୍ତି ନାହିଁ । ଦେଶର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଗଲୱାନ ଘାଟିରେ ଚୀନ ଭାରତ ଯୁଦ୍ଧରେ ୨୦ ଜଣ ଯବାନ ଶହୀଦ ହେବା ପରେ ନିଷ୍ପତ୍ତି ନିଆଯାଇଥିଲା ।

Leave a comment