୫୨୯ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ବାଲି ଯାତ୍ରା ପଡ଼ିଆଠାରେ ରବିବାର ଅନୁଷ୍ଠିତ ବିଜୁ ଯୁବ ବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବା ପୂର୍ବରୁ ପୁଲଓ୍ବାମା ଶହୀଦଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୨୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ବସୁଧା ଯୋଜନାରେ ଟାଙ୍ଗୀ ଚୌଦ୍ୱାର ବ୍ଲକର କୁଜିବରଠାରେ ର୍ନିମିତ ପାଇପ ଜଳ ଯୋଗାଣ ପ୍ରକଳ୍ପ, ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ମା’ ଓ ଶିଶୁ ଚିକିତ୍ସାକେନ୍ଦ୍ର, ଟାଙ୍ଗୀ-ଚୌଦ୍ୱାର ଓ ସାଲେପୁର ବ୍ଲକର ୩ଟି ସଡ଼କ ପ୍ରକଳ୍ପ, କଟକ ମହାନଗର ନିଗମର ପାନୀୟ ଜଳଯୋଗାଣ ପ୍ରକଳ୍ପ ଆଦି ଉଦ୍ଘାଯନ କରିଥିଲେ । ସେହିପରି ଉନ୍ନତିକୃତ ଜଗତପୁର-ସାଲେପୁର ରାସ୍ତା, କଟକ-ତୁଳସୀପୁର ତଅଁଳା ସାହିରେ ୨୬୪ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ର୍ନିମିତ ପକାଘର, କଟକ ମହାନଗର ନିଗମର ଚାଉଳିଆଗଞ୍ଜଠାରେ ଶୀକୁଞ୍ଜବିହାରୀ ଜୀଉ ସହରାଞ୍ଚଳ ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ର, ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ୩୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଜଳ ବିଶୋଧନାଗାର ଆଦି ପ୍ରକଳ୍ପ ଉଦଘାଟନ କରିଥିଲେ । ଏହାପରେ ବିଜୁ ଯୁବ ବାହିନୀ ସଦସ୍ୟମାନେ ସେବା କରିବା ସହ ସେବାକୁ ନିଜର ପରିଚୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।