ମାଓବାଦୀ ପରିଚୟ ଦେଇ ମାଗିଲେ ୫୦ଲକ୍ଷ ଟଙ୍କା

0

ଓଡିଶା ଫାଷ୍ଟ(ବ୍ୟୁରୋ): ନିଜକୁ ମାଓବାଦୀ ପରିଚୟ ଦେଇ ଗ୍ରାନାଇଟ ଖଣି ଲିଜ ଧାରୀଙ୍କୁ ମାଗିଲେ ୫୦ ଲକ୍ଷ ଟଙ୍କା । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପେଟା ଗ୍ରାମରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏଘଟଣାରେ ପୋଲିସ ୫ଜଣକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, କିଛି ବ୍ୟକ୍ତି ମାଓବାଦୀର ପରିଚୟ ଦେଇ ଗ୍ରାନାଇଟ ଖଣି ଲିଜ ଧାରୀଙ୍କୁ ୫୦ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ନକଲି ମାଓବାଦୀଙ୍କୁ ପୋଲିସ ଆଜି ଗିରଫ କରିଛି । ଟଙ୍କା ନ ଦେଲେ ସମ୍ପୃକ୍ତ ଖଣିକୁ ବୋମାରେ ଉଡାଇ ଦେବାକୁ ସେମାନେ ଧମକ ଦେଇଥିଲେ । ସମ୍ପୃକ୍ତ ଖଣି ଲିଜ ଧାରୀ ମୋଟୁ ଥାନାରେ ଏକ ଏତଲା ଦେବା ପରେ ମୋଟୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ କରିଛି । ଏମାନେ ନକଲି ମାଓବାଦୀ ବୋଲି ଜଣା ପଡିଥିବା ବେଳେ ଗିରଫ ବ୍ୟକ୍ତି ମାନେ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳର ୩ଜଣ ଏବଂ ଆନ୍ଧ୍ରପ୍ରଦେଶ ର ୨ଜଣ ବୋଲି ଜଣା ପଡ଼ିଥିବା ମାଲକାନଗିରି ଏସ.ଡି.ପିଓ ପ୍ରହ୍ଲାଦ ସହାଇ ମିନା ପ୍ରକାଶ କରିଛନ୍ତି ।

Leave a comment