ଜୁଲାଇ ମାସରେ ୫୦% କର୍ମଚାରୀ ଯିବେ ଅଫିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଜୋରଦାର କଟକଣା କରିଛନ୍ତି। ସରକାରୀ କାର୍ଯ୍ୟାଳୟ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଜୁଲାଇ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ। କେଉଁ କର୍ମଚାରୀ ଅଫିସ ଆସିବେ, ସଂପୃକ୍ତ ବିଭାଗ ସ୍ଥିର କରିବେ। ଯେଉଁ କର୍ମଚାରୀ ଅଫିସ ଆସିବେନି, ଘରେ ରହିବାକୁ କଡା ନିର୍ଦ୍ଦେଶ। ଏବେ ଦେଶରେ ଆରମ୍ଭ ହୋଇସାରିଛି ଅନଲକ ୨.୦ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି । ଅନ୍ୟରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ । ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ । ମାସ୍କ , ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରାଯିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ, ଆଇସୋଲେସନରେ ରହିବେ। କୋଭିଡ କେୟାର ହୋମ ଦାୟିତ୍ୱରେ ବି ସରପଂଚମାନେ ରହିବେ । ରାଜ୍ୟରେ ମୋଟ ୧୬୮୨୪ କ୍ୱାରେଣ୍ଟିନ ସେଣ୍ଟର ଥିଲା, ହ୍ରାସ ହେବ । ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ କ୍ୱାରେଣ୍ଟିନ ଡିସଚାର୍ଜ ହେଲେଣି । ଏବେ ମୋଟ ୧ ଲକ୍ଷ ୫ ହଜାର ଲୋକ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି ।

Leave a comment