କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜିଲ୍ଲା ପୁଲିସ ମୁଖ୍ୟାଳୟର କୋଭିଡ କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିବାବେଳେ ଇନ୍ସପେକ୍ଟର ବିଜୟାନନ୍ଦ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଇତିମଧ୍ୟରେ ସରକାର ଏହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସ୍ୱର୍ଗତ କରକରାଙ୍କ ପତ୍ନୀ ହେମାଙ୍ଗିନୀ ଦାସଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଶ୍ରୀମତୀ ଦାସଙ୍କୁ ଚେକ ପ୍ରଦାନ କରିଥିବାବେଳେ ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସ୍ୱର୍ଗତ କରକରା ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ତାଙ୍କ ଦାୟିତ୍ୱ ସଫଳତାର ସହିତ ନିର୍ବାହ କରି ଆସିଥିଲେ ।

Leave a comment

You cannot copy content of this page