୩ ଘଣ୍ଟା ପରେ ପଥର ସନ୍ଧିରୁ ଉଦ୍ଧାର ହେଲା ୫ ବର୍ଷର ଶିଶୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପାଣିରେ ଭାସି ଯାଇ ପଥର ସନ୍ଧିରେ ଫସିଛି ଥିଲା ୫ ବର୍ଷର ଶିଶୁ । ପ୍ରାୟ ୩ ଘଣ୍ଟା ପରେ ଉଦ୍ଧାର ହୋଇଛି। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡ଼ା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବାବେଳେ ପିଲାଟି ପଥର ଫାଙ୍କରେ ଫସି ଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ। ପ୍ରାୟ ୩ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ସଫଳତା ମିଳିଛି। ପଥର ଫାଙ୍କରୁ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପିଲାଟି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପଥର ଫାଙ୍କରେ ଫସି ଯାଇଥିଲା।ପରେ ସାଙ୍ଗମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଆରମ୍ଭ ହୋଇଥିଲା ଅପରେସନ୍ ବେବି। ପ୍ରାୟ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ନଦୀରୁ ପିଲାଟିକୁ ଉଦ୍ଧାର କରାଯାଇଛି। ପିଲାଟି ବେକେ ପାଣିରେ ପଥର ଫାଙ୍କରେ ଫସିଥିବାରୁ ନଦୀ ଉପର ମୁଣ୍ଡରୁ ଆସୁଥିବା ପାଣିକୁ ବନ୍ଦ ପାଇଁ ଏକ ବନ୍ଧ ବନ୍ଧାଯାଇଥିଲା। ଏଥିସହ ଉପର ମୁଣ୍ଡରେ ଥିବା ଡ୍ୟାମ୍ ଗେଟ୍ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।