ଭାଜପାର ବିଜୟ ସଙ୍କଳ୍ପ ଅଭିଯାନ, ବିଭିନ୍ନ ସ୍ଥାନରେ ୮ ଦିନରେ ହେବ ୫ ହଜାର ସଭା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ରାଜ୍ୟ ଭାଜପାର ବିଜୟ ସଂକଳ୍ପ ଅଭିଯାନ ଆରମ୍ଭ ହେବ । ୧୦ ରୁ ୧୭ ତାରିଖ, ୮ ଦିନ ମଧ୍ୟରେ ସାରା ରାଜ୍ୟରେ ଦଳ ପକ୍ଷରୁ ୫ ହଜାରରୁ ଉର୍ଦ୍ଧ୍ବ ସଭା କରାଯିବ । ବିଜୟ ସଙ୍କଳ୍ପ ଅଭିଯାନ ମାଧ୍ୟମରେ ଭାଜପା ଲୋକଙ୍କ ପାଖରେ ପହଞ୍ଚିବ ।

ଦଳ ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିବ । ପ୍ରଥମଟି ନବୀନ ସରକାର ବଦଳିବା ଓ ଦ୍ବିତିୟରେ ଭାଜପାକୁ ଭୋଟ ଦେବା, ଏହି ଦୁଇ ପ୍ରସଙ୍ଗକୁ ନେଇ ଏହି ସଭା ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Leave a comment