ଭୁବନେଶ୍ୱର ରେ ଅମାନିଆ ଦୋକାନୀ : ୫ ଲୁଗା ଦୋକାନ ସିଲ କଲା ବିଏମସି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଡାଉନ୍ କଟକଣାକୁ ବେଖାତିର କରିବା ପଡିଲା ମହଙ୍ଗା । ବିଏମ୍ସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚି ଦୋକାନକୁ ସିଲ୍ କରିଛନ୍ତି।
ସୂଚନାଯୋଗ୍ୟ, ପହିଲି ରଜ ଉପଲକ୍ଷେ କୋଭିଡ଼ କଟକଣା ମାନିବାକୁ ସରକାର ଅପିଲ୍ କରିଥିଲେ । ଏବେବି ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି । କିନ୍ତୁ ସମସ୍ତ ନିୟମକୁ ବେଖାତିର କରି ଡମଣା ହାଟରେ କିଛି ଦୋକାନ ଖୋଲିଥିଲା । ଏହାର ଖବର ପାଇଁ ପହଞ୍ଚିଥିଲା ବିଏମ୍ସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ୍ । ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୫ଟି କପଡା ଦୋକାନକୁ ସିଲ୍ କରିବା ସହ ଫାଇନ୍ ଆଦାୟ କରାଯାଇଛି । ମୋଟ ୭ହଜାର ଟଙ୍କାର ଫାଇନ୍ ଆଦାୟ କରିଛି ବିଏମ୍ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହୋଇଛି ଦୋକାନ । ଲକଡାଉନ ବେଳେ ଦୋକାନ ଖୋଲି କରି ଲୁଗା ବିକ୍ରି କରୁଥିଲେ ଦୋକାନୀ ।