ଦୁଇଟି ପୃଥକ ଦୁର୍ଘଟଣାରେ ୫ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡା ସହରର କଟଲାଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୂର୍ଘଟଣା । ଶୁଭମଣି ନାୟକ(୬୫)ଙ୍କ ଦେହ ଅସୁସ୍ଥ ଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ କାର ନଂ ଓଡ଼ି ୧୮ସି ୬୧୬୨ ଯୋଗେ ଟିକିରୀରୁ ନିଆଯାଉଥିଲା । ରାୟଗଡା ପ୍ରବେଶ ପୂର୍ବରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଟ୍ରକ ନଂ ଓଆର ୦୪ ଇ ୦୭୯୫ ଧକ୍କା ଦେବାରୁ କାର ଟି ଟ୍ରକ ଭିତରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ମହିଳାଙ୍କ ସହ ଦୁଇଜଣ ପୁରୁଷ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ରବି ପ୍ରଭୁଦାନ ନାୟକ(୪୨), ଶୁଭମଣି ନାୟକ(୬୫),କାଳୀ ନାୟକ(୬୧), ସୁଶିଳା ଚେଟି(୪୨)ଙ୍କ ସହ ଡ୍ରାଇଭର ବୁଲୁ ସାହୁ(୨୮) ବୋଲି ଜଣା ପଡ଼ିଛି ।
ଘଟଣାସ୍ଥଳରୁ ଆହତ ମାନଙ୍କୁ ଗଣମାଧ୍ୟମ ପ୍ରତିନିଧି ରଶ୍ମି ରଞ୍ଜନ ଦରା, ଗୋପରଂଜନ ବକ୍ସିପାତ୍ର ଓ ସ୍ବେଛାସେବୀ ସତିଶଙ୍କ ସମେତ ସ୍ଥାନୀୟ ବାସିନ୍ଦା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଆହତ ମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି । ସେହି ଭଳି ଅନ୍ୟ ଏକ ଦୁର୍ଘଟଣା ସ୍ଥାନୀୟ ଜିଲ୍ଲାପାଳଙ୍କ ବାସଭବନ ନିକଟ ଟ୍ରାଫିକ ଛକରେ ଘଟିଛି । ସୂଚନା ମୁତାବକ ଟ୍ରାଫିକ ସିଗ୍ନାଲରେ କାର ନଂ ଓଡ଼ି ୩୩ ୯୭୭୮ ଛିଡା ହୋଇ ଥିବା ବେଳେ ପଛପଟୁ ଏକ କାଠ ବୋଝେଇ ଟ୍ରକ ଓ ଆର ୦୭ ଏ ୨୦୫୩ ଧକା ଦେଇଥିଲା । ଏହି ଘଟଣାରେ କେହି ଆହତ ହୋଇ ନଥିଲେ ମଧ୍ୟ କାରଟି ସମ୍ପୂର୍ଣ ନଷ୍ଟ ହୋଇଛି । ପୋଲିସ ଟ୍ରକ ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ।