୫ଟି ସଚିବଙ୍କ ଜଗତସିଂହପୁର ଗସ୍ତ; ଗୋଟିଏ ପଟେ ସ୍ୱାଗତ, ଅନ୍ୟପଟେ ବିରୋଧ

0

ଏପଟେ ସ୍ୱାଗତ ସେପଟେ ବିରୋଧ । ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ୫ଟି ସଚିବ ଭିକେ ପାଣ୍ଡିଆାନଙ୍କ କାର୍ଯ୍ୟକଳାପକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କଡା ବିରୋଧ କରୁଥିବାବେଳେ ଜଗତସିଂପୁରରେ ବିଜେପି ଖୋଲାଖୋଲି ବିରୋଧ କରିଛି । ସ୍ଥଳପଥ, ଆକାଶ ପଥରେ କଳା ବେଲୁନ ଓ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଛି ବିଜେପି ।

 

ଆଜି ୫ଟି ସଚିବ ଭିକେ ପାଣ୍ଡିଆନ ଜଗତସିଂହପୁର ଜିଲ୍ଲା ପାରାଦୀପ ଗସ୍ତରେ ଯାଇଥିଲେ । ଏଠାରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ପାଣ୍ଡିଆନଙ୍କୁ ବିରୋଧ କରାଯାଇଥିଲା । ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ପ୍ରଥମ ଥର ପାଇଁ ଏପରି ବିରୋଧ କରାଯାଇଥିଲା । ବିଜେପି କର୍ମୀମାନେ କଳା ବେଲୁନ, କଳା ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ । ସେହିପରି ଆକାଶମାର୍ଗରେ ୫ଟି ସଚିବଙ୍କ ହେଲିକ୍ୟାପଟର ଯାଉଥିବା ବେଳେ ଆକାଶ ମାର୍ଗରେ ଉଡୁଥିଲା ସହ ସହ କଳା ବେଲୁନ ।

ଜିଲ୍ଲାର ତିନୋଟି ସ୍ଥାନରେ ପାଣ୍ଡିଆନଙ୍କୁ ସମାନ ଭାବେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ପାରାଦୀପ, କୁଜଙ୍ଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ତରଫରୁ ବିରୋଧ କରାଯାଇଥିଲା । ପାରାଦୀପ ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ଵରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଅନ୍ୟପଟେ ଆଜି ପାଣ୍ଡିଆନ ୨ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଆଜି ପୁର୍ବାହ୍ନ ୯ରେ ଏରସମା ବ୍ଳକ ଅନ୍ତର୍ଗତ ଶିଆଳି ସମୁଦ୍ର ବେଳାଭୂମୀ ନିକଟରେ ହେଲିକ୍ୟାପ୍ଟର ଯୋଗେଁ ଓହ୍ଲାଇବା ଥିଲେ । ଏରସମାର ଶିଆଳୀ ସମୁଦ୍ରବେଳାଭୂମୀରେ ଦଶହଜାରରୁ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା ।

ବିଜେଡି ନେତା, ସଂଗଠକ ଓ ପ୍ରଶାସନିକ ଅଧିକାରୀମାନେ ବେଶ ତତ୍ପରତା ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫T ସଚିବ ଭି.କେ ପାଣ୍ଡିଆନ ହେଲିକ୍ୟାପ୍ଟରରୁ ଓହ୍ଲାଇ ବ୍ୟାରିକେଟ ପାଖକୁ ଯାଇ ଲୋକମାନଙ୍କ ସହ ହାତ ମିଳାଇଥିଲେ। ସଭା ମଞ୍ଚକୁ ଯିବା ପୂର୍ବରୁ ଶିଆଳୀ ସମୁଦ୍ର ବେଳାଭୂମୀର ଉନ୍ନତି ସମ୍ପର୍କରେ ତଦାରଖ କରିବା ସହ ମଞ୍ଚକୁ ଯାଇ ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ହଜାର ହଜାର ସମବେତ ଜନତା ହରିବୋଲ ହୁଳହୁଳି ଧ୍ୱନିରେ ସଚିବଙ୍କୁ ସ୍ୱାଗତ କରିଥିଲେ।

ପାଣ୍ଡିଆନ ଉଦବୋଧନ ଦେଇ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଗୁଡିକ ସମ୍ପର୍କରେ ହୋଇଥିବା ଅଭିଯୋଗକୁ ସାତଦିନ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ।ଏରସମା ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଠିକ ଭାବେ କରାଯାଇଥିବା ବେଳେ ପାନୀୟଜଳ ସମସ୍ୟା ଦୁଇମାସ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ ।

‘ ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କୁ ସବୁବେଳେ ନିଜ ପରିବାର ବୋଲି ଭାବି ବିଭିନ୍ନ ଯୋଜନା କରିଛନ୍ତି। ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ ଶ୍ରୀ ପାଣ୍ଡିଆନ । ଏକଘଣ୍ଟା ଧରି ଶିଆଳୀରେ ରହି ପାରାଦ୍ୱୀପ ଅଭିମୁଖେ ଚାଲିଯାଇଥିଲେ।

Leave a comment