ପୁରୀର ହେବ ନବକଳେବର, ୫ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ହେବ ନବକଳେବର । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ୫ଟି ନୂତନ ପ୍ରକଳ୍ପ ପାଇଁ ଦେଇଛନ୍ତି ଅନୁମତି । ଏହି ପ୍ରକଳ୍ପ ପାଇଁ ୨୬୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଗୁଡିକର ଉଦ୍ଦେଶ୍ୟ ହେଲା ପୁରୀକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ ।
ଏହି ପ୍ରକଳ୍ପ ଗୁଡିକ ହେଲା:
୧. ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୋଟିଏ ଛାତ ତଳେ ରହିବ । ଯାହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ଏହା ସୁବିଧାଜନକ ହେବ ।
୨. ପୁରୀର ପୁରୁଣା ଜେଲ୍ ପରିସର, ଯାତ୍ରୀକା ଏବଂ ମ୍ୟୁନିସପାଲଟି ମାର୍କେଟର ବିକାଶ କରାଯିବା ସହ ଏହାକୁ ଅଧୁନିକରଣ କରାଯିବ । ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବା ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
୩. ପୁରୀର ପୁରୁଣା ଜେଲ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର କରାଯିବ । ଏଠାରେ ଏକ ସଙ୍ଗେ ୪୦୦ କାର୍ ପାର୍କିଂ ସୁବିଧା ରହିବ ।
୪. ଯାତ୍ରୀକାରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ ସେଠାରେ ମଧ୍ୟ ଏକସଙ୍ଗେ ୪୦୦ କାର୍ ପାର୍କିଂ ହୋଇପାରିବ ।
୫. ଆଚାର୍ଯ୍ୟ ହରିହର ଛକ ରାସ୍ତାକୁ ସଂପ୍ରସାରଣ କରାଯାଇ ଏଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପୁରୀର ଏହିସବୁ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ ପୂର୍ତ୍ତ ବିଭାଗର ଅଧିନରେ ଥିବା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ ହେବ ।