ହୀରାକୁଦ ଡ୍ୟାମର ୫ଟି ଗେଟ ଖୋଲିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିିତ କରାଯାଇଛି । ପ୍ରଥମେ ପୂଜାର୍ଚ୍ଚନା ପରେ ୭ନମ୍ବର ଗେଟ ରୁ ଏ ବର୍ଷର ପ୍ରଥମ ବର୍ଷା ଜଳ ନିଷ୍କାସନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ୫ଟି ଗେଟ ଖୋଲାଯାଇଛି। ଏହି ଅବସରରେ ସମ୍ବଲପୁର ବିଧାୟିକା ରାଶେଷ୍ବରୀ ପାଣିଗ୍ରାହୀ, ଜିଲ୍ଲାପାଳ ସମର୍ଥ ବର୍ମା, ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ପର୍ଯ୍ୟାୟକ୍ରମେ ୧୫ଟି ଗେଟରୁ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ହୀରାକୁଦର ଜଳପତନ ୬୧୭. ୭୮ ଫୁଟ ରହିଛି। ଜଳପତନ କମାଇବା ପାଇଁ ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯିବ ବୋଲି ଅପର ମହାନଦୀ ବେସିନର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ମୁଣ୍ଡଳି ଦେଇ ୭.୫ ଲକ୍ଷ ଘନଫୁଟ ଜଳ ନିଷ୍କାସନ ହେବ । ହୀରାକୁଦରୁ ଜଳ ନିଷ୍କାସନ ହେବାର ୩୬ ଘଣ୍ଟା ପରେ ଏହା ମୁଣ୍ଡଳିରେ ପହଞ୍ଚିବ ।