ଦୁଇ ଦିନରେ ୫ ଏନକାଉଣ୍ଟର, ଅପରାଧୀଙ୍କୁ ଦମନ କରିବାକୁ ଆରମ୍ଭ ହେଲା ପଦକ୍ଷେପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଦୁଇ ଦିନରେ ପୋଲିସ କରିଛି ୫ଟି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରବି ରାଓକୁ ଆଜି ପ୍ରାୟ ରାତି ୯ଟାରେ ପୋଲିସ ଭରତପୁର ଜିଏ ପ୍ଲଟ ପାଖରେ ଏନକାଉଣ୍ଟର କରିଛି । ରବି ରାଓ ପୋଲିସକୁ ଦେଖି ପ୍ରଥମେ ୪ ରୁ ୫ ରାଉଣ୍ଡ ଗୁଳିଚଳନା ଆରମ୍ଭ କରିଦେଇଥିଲା । ପୋଲିସ ପାଲଟା ଜବାବରେ ୪ ରାଉଣ୍ଡ ଗୁଳି ଚଳାଇ ଥିଲା । ପୋଲିସ ଚଳାଇଥିବା ଗୁଳି ରବିର ଗୋଡ଼ରେ ବାଜିଥିଲା ସେ ଆହତ ହେବାପରେ ପୋଲିସ ତାକୁ କାବୁକରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡିଛି । ଗ୍ୟାଙ୍ଗ ଲିଡର ରବି ରାଓ ନାଁରେ ପୂର୍ବରୁ ୨୫ରୁ ଉର୍ଦ୍ଧ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, କୁଖ୍ୟାତ ଅପରାଧୀ ରବି ରାଓ ର ସହଯୋଗୀଙ୍କୁ ପୋଲିସ ୨୪ ଘଣ୍ଟା ମଧ୍ୟରେ ୪ଟି ଏନକାଉଣ୍ଟର କରିଛି ଓ ଏବେବି ତାର ଅନ୍ୟ ସହଯୋଗୀ ପୋଲିସ ଟାର୍ଗେଟରେ ଅଛନ୍ତି । ତେଣୁ ରବି ତାର ସହଯୋଗୀଙ୍କ ସହ ରାଜଧାନୀ ଛାଡି ଚାଲି ଯିବାକୁ ଭରତପୁର ଜିଏ ପ୍ଲଟ ପାଖରେ ଯୋଜନା କରୁଥିବାବେଳେ ଖବରପାଇ ପୋଲିସ ଅଚାନକ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ରବି ୪ ରୁ ୫ ରାଉଣ୍ଡ ଗୁଳି ଚାଇଲଥିଲା ପାଲଟା ଜବାବରେ ପୋଲିସ ୪ ରାଉଣ୍ଡ ଗୁଳି ଚାଳନା କରିଥିଲା । ରବିର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇପଡିଥିଲା । ରବି ପାଖରୁ ଏକ ଇନୋଭା କାର, ବୋମା ଓ ଅନେକ ଅସ୍ତ୍ରଶସ୍ତ୍ର ପୋଲିସ ଜବତ କରିଥିବା ଜଣାପଡ଼ିଛି । ରବି ପାଖରୁ ଯେଉଁ ଇନୋଭା କାରଟି ଜବତ ହୋଇଥିଲା ସେ କାରଟି ଖଣ୍ଡଗିରି ଅଞ୍ଚଳରୁ ଲୁଟ ହୋଇଥିବା ସୂଚନା ମିଳିଛି ।

ଗତ ଶନିବାର ଭୋରରୁ ରାତି ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ପୋଡା ଓରଫ ଅରୁଣ ମଲ୍ଲିକ (୪୨), ବିବେକ ଓରଫ ବିବେକାନନ୍ଦ ନାୟକ (୨୨), ନିଆଳିର ହରେକୃଷ୍ଣ ସ୍ୱାଇଁ ଓ ଆଠଗଡ଼ ଅଞ୍ଚଳର ସିପୁନ କବି ଓରଫ ସିଲୁର ଏନକାଉଣ୍ଟର କମିଶନରେଟ ପୋଲିସ କରିସାରିଛି ।

Leave a comment