ଓଡ଼ିଶାରୁ ଗିରଫ ହେଲା ଗଣଦୁଷ୍କର୍ମର ଚତୁର୍ଥ ଅଭିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାନା ରେୱାଡ଼ି ସିବିଏସଇ ଟପର ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଅଭିଯୁକ୍ତ ନବୀନ ଓରଫ ନିକୁ କୁ ହରିୟାନା ପୋଲିସ ଓଡିଶାର ଗୋପାଳପୁର ଏୟାର ଡ଼ିଫେନ୍ସ କଲେଜରୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ହରିୟାନା ରେୱାଡ଼ି ସିବିଏସଇ ଟପର ୧୯ବର୍ଷିଆ ଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲା । ଆଜି ପର୍ଯ୍ୟନ୍ତ ବି ପିଡିତା ଜଣକ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ସରକାର ସବୁ ଦିଗରୁ ନିନ୍ଦିତ ହେବା ପରେ ଏସଆଟି ଗଠନ କରି ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ଏହି ଗଣଦୁଷ୍କର୍ମର ଅନ୍ୟ ଜଣେ ଅଭିଯୁକ୍ତ ସେନା କର୍ମଚାରୀ ହୋଇଥିବା କଥା ଜଣା ପଡିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ଏବଂ ଦୋଷୀକୁ କଠୋର ରୁ କଠୋର ଦଣ୍ଡ ଦିଆଯିବ ବୋଲି ମତପ୍ରକାଶ ପାଇଥିଲା । ଆଜି ଶେଷରେ ଚତୁର୍ଥ ଅଭିଯୁକ୍ତ ନିକୁ କୁ ହରିୟାନା ପୋଲିସ ଓଡ଼ିଶାର ଗୋପାଳ ପୁର ଏୟାର ଡ଼ିଫେନ୍ସ କଲେଜରୁ ଗିରଫ କରିବାରେ ସକ୍ଷମ ହେବା ସହ ୧୦ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି । ତାର ଗଣ ଦୁଷ୍କର୍ମ ଘଟଣାରେ ସଂପୃକ୍ତି କୁ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି । ଏଠାରେ ପ୍ରକାଶ ଯେ ନବୀନ ଓରଫ ନିକୁ ର ଘର ହରିୟାନା ମହେନ୍ଦ୍ର ଗଡ ଜିଲ୍ଲାର ନୂଆଗାଁ ଅଞ୍ଚଳରେ ବୋଲି ଜଣାପଡିଛି।

Leave a comment