୪ କୋଟି ଠକିଥିବା ଚନ୍ଦ୍ରଶେଖର ଲୁଚିଥିଲେ ଭୁବନେଶ୍ୱର ଅଟଳ ଭବନରେ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ଏମ୍ସର ୪ କୋଟି ୭୬ ଲକ୍ଷ ୪୬ ହଜାର ଠକେଇରେ ସହ ଜଡିତ ଫୁଲବାଣୀର ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟ ଧାରୀ ଚନ୍ଦ୍ରଶେଖର ପଣ୍ଡା ଫେରାର । ପୋଲିସ ଚନ୍ଦ୍ରଶେଖରଙ୍କୁ ଖୋଜୁଥିବା ବେଳ ଉତ୍କଳ କେମିଷ୍ଟ ଅଣ୍ଡ ଡ୍ରଗିଷ୍ଟ ଆସୋସିଏସନ(ୟୁସିଡିଏ)ର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଚନ୍ଦ୍ରଶେଖରଙ୍କୁ ଭୁବନେଶ୍ୱର ଆସୋସିଏସନ ଅଫିସ ଅଟଳ ଭବନରେ ସରଣ ଦେଇଥିବା ୟୁସିଡିଏ ସଭ୍ୟଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିବା ପରେ ଏହାକୁ ନେଇ ଚାପା ଗୁଞ୍ଜରଣା ସୃଷ୍ଟି ହୋଇଥିଲା । ଫଳରେ ଗତକାଲି ୟୁସିଡିଏ ସମ୍ପାଦକ ପ୍ରଶାନ୍ତ, ଚନ୍ଦ୍ରଶେଖରଙ୍କୁ ଅନ୍ୟ କେଉଁ ଗୁପ୍ତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ୨୩ ଅକ୍ଟୋବରରେ ଆକାଉଣ୍ଟ ନଂ ୩୨୮୮୦୪୭୯୪୦୧ରେ ନୂଆଦିଲ୍ଲୀ ସ୍ଥିତ ଏମ୍ସର ଚେକ ନଂ୮୮୯୩୮୭ ଜମା କରାଯାଇଥିଲା । ଏହି ଚେକଟି ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ଟଙ୍କାର ଥିଲା । ଯାହାକି ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି । ଏହି ଟଙ୍କା ଫୁଲବାଣୀର ମାଦିକୁନ୍ଦ ଛକରେ ଥିବା ସତ୍ୟସାଇ ମେଡିସିନ ଷ୍ଟୋର ଅକାଉଣ୍ଟକୁ ଏହି ଟଙ୍କା କ୍ରେଡିଟ ହୋଇଥିଲା । ଏହାପରେ ସେଥିରୁ ୧୩ଟି ପର୍ଯ୍ୟାୟରେ ୪କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବିଭିନ୍ନ ଅକାଉଣ୍ଟକୁ ପଠାଯାଇ ଥିବାବେଳ ୫୦ଲକ୍ଷ ଟଙ୍କା କ୍ୟାସ ଉଠାଯାଇଛି । ଅକାଉଣ୍ଟକୁ ପଠାଯାଇଥିବା ଚେନ୍ନାଇର ଭିଏମଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ଼ ଅକାଉଣ୍ଟକୁ ୪କୋଟି ୧୦ ଲକ୍ଷ ଟଙ୍କା ଆରଟିଜିଏସ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ଏହି ସବୁ ଟ୍ରାଞ୍ଜକ୍ସନ ଗୋଟିଏ ଦିନରେ ହୋଇଥିଲେ ମଧ୍ୟ ଦିଲ୍ଲୀ ଏମ୍ସ କତ୍ତୃପକ୍ଷ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇବା ପରେ ଉକ୍ତ ଅକାଉଣ୍ଟକୁ ବ୍ୟାଙ୍କ ଅଚଳ କରିଦେଇଛି ।

Leave a comment