କଲମ୍ବିଆରେ ଭୟଙ୍କର ଗ୍ରୀଷ୍ମପ୍ରବାହ, ଅଂଶୁଘାତରେ ୪୮୬ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମ କାନାଡ଼ାର ବ୍ରିଟିଶ କଲମ୍ବିଆ ଅଞ୍ଚଳରେ ଏବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ପାରଦ ପ୍ରାୟ ୪୯.୫ ଡିଗ୍ରୀ ସେଲସିୟସ ଟପିଯାଇଥିବାରୁ ଅଂଶୁଘାତରେ ପ୍ରାୟ ୪୮୬ ଜଣ ମୃତ୍ୟୁବରଣ କରିଛନ୍ତି । ଆଗକୁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ରେକର୍ଡ ତାପମାତ୍ରା ଫଳରେ ବ୍ରିଟିଶ କଲମ୍ବିଆର ଜଙ୍ଗଲରେ ନିଆଁ ଲାଗିଯାଇଛି ଓ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ନିଆଁ ଏବେ ଲିଟନ ଗ୍ରାମର ଆବାସିକ ଅଞ୍ଚଳକୁ ବ୍ୟାପିବା ପରେ ଲୋକଙ୍କୁ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଯ଼ିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମେୟର ଜନ ପୋଲଡରମ୍ୟାନ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ନିଆଁ ଏବେ ସମଗ୍ର ଗାଁକୁ କବଳିତ କରିଥିବାରୁ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଏହି କାରଣରୁ ଲୋକଙ୍କୁ ନିଜର ଜରୁରୀ ସାମଗ୍ରୀ ଓ ଆସବାବ ସହ ଗାଁ ଛାଡ଼ିବାକୁ କୁହାଯାଇଛି।

Leave a comment