୪୨ ଜଣ ଛାତ୍ରଛାତ୍ରୀଙ୍କୁ ଆନ୍ଧ୍ରରୁ ଉଦ୍ଧାର କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୨ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆନ୍ଧ୍ରରୁ ଉଦ୍ଧାର କଲେ ରାଜ୍ୟ ସରକାର । ଏହି ଛାତ୍ରଛାତ୍ରୀମାନେ ଆନ୍ଧ୍ରପ୍ରଦେଶ ବିଏଡ଼ ପରୀକ୍ଷା ଦେବାକୁ ଯାଇଥିଲେ ମାତ୍ର କରୋନା ସଂକ୍ରମଣ ପାଇଁ ସମସ୍ତ ଟ୍ରେନ ଓ ବସ ବନ୍ଦ ହୋଇଯିବାରୁ ସେମାନେ ସେଠାରେ ଫସି ରହିଥିଲେ । ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ରୁମରେ ରହିଥିବା ବେଳେ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ନଥିବା ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରାଜ୍ୟ ସରକାରଙ୍କ ‘ମୋ ପରିବାର’ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଦୁଇଟି ବସ ସାହାଯ୍ୟରେ ଓଡିଶାକୁ ଅଣାଯାଇଛି । ଛାତ୍ରଛାତ୍ରୀମାନେ ଓଡିଶାରେ ପହଁଚିବା ପରେ ସମସ୍ତଙ୍କର ରକ୍ତ ପରୀକ୍ଷା କରାଯିବ । ସେମାନଙ୍କୁ ହୋମ୍ କ୍ୱାରେଂଟାଇନରେ ରଖାଯିବ । ଓଡିଶା ପିଲାଙ୍କୁ ଫେରାଇ ଆଣିବା ପାଇଁ ଆନ୍ଧ୍ରପ୍ରଦେଶ ନଗସୁମ୍ ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ।

ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଏହି ଛାତ୍ରଛାତ୍ରୀ ଓଡିଶାରୁ ଯାଇଥିଲେ । ୧୬ ତାରିଖରେ ସେମାନଙ୍କର ବିଏଡ଼ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହୋଇଥିଲା । ୨୨ ତାରିଖରେ ଫେରିବା ନେଇ ଟିକଟ ହୋଇଥିଲା । ସେହିଦିନ ଜନତା କର୍ଫ୍ୟୁ ଥିବାରୁ ଟ୍ରେନ ବନ୍ଦ ରହିଥିଲା । ୨୩ ତାରିଖରୁ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ସେମାନେ ଫେରିନପାରି ଆନ୍ଧ୍ରପ୍ରଦେଶର ପ୍ରକସମ ଡଷ୍ଟ୍ରିକ୍‌ଟ ମାର୍କାପୁର ସହରରେ ଫସି ରହିଥିଲେ । ଏମାନଙ୍କର ମଧ୍ୟରେ ୧୮ ଜଣ ପୁଅ, ୨୪ ଜଣ ଝିଅ ଅଛନ୍ତି ।

Leave a comment