ସେନାଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

0

ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ୪ ଆତଙ୍କବାଦୀଙ୍କୁ ଗୁଳି କଲା ସେନା। ସପ୍ତାହ ଭିତରେ ଏହାକୁ ମିଶାଇ ଦୁଇଟି ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ ଓ ଭାରତୀୟ ସେନା।

ଶୁକ୍ରବାର କୁପୱାରା ଜିଲ୍ଲାରେ ୪ ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର ପାଇବା ପରେ ତୁରନ୍ତ ଜାମ୍ମୁ-କାଶ୍ମୀର ପୁଲିସ ଓ ସେନା ସତର୍କ ହୋଇଯାଇଥିଲେ। ଏହାପରେ ପୁଲିସ ଓ ସେନା ମିଶି ଆତଙ୍କବାଦୀ ସଫେଇ ଅଭିଯାନ ଆରମ୍ଭ କରିଥିଲେ। ଏଲ୍ଓସି ମାଚ୍ଛାଲ ସେକ୍ଟର ନିକଟରେ ସେନା ଓ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଆତଙ୍କବାଦୀମାନେ ପିଓକେ ସୀମା ଦେଇ ଭାରତରେ ପ୍ରବେଶ କରିବାକୁ ଚାହୁଁଥିଲେ ବୋଲି କାଶ୍ମୀର ଜୋନ ପୁଲିସ ସୂଚନା ଦେଇଛି। ସେମାନେ ସୀମା ଡେଇଁ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ସେନା ଓ ପୁଲିସ ତାଙ୍କ ଉପରକୁ ଗୁଳି କରିଥିଲେ।

ଏହା ପୂର୍ବରୁ ଜୁନ ୧୬ ତାରିଖରେ ମଧ୍ୟ ବଡ଼ ଧରଣର ଅନୁପ୍ରବେଶକୁ ପଣ୍ଡ କରିଥିଲା ଭାରତୀୟ ସେନା। କୁପୱାରା ଜିଲ୍ଲାର ଜାମୁଗୁଣ୍ଡ ଏରିଆରେ ୫ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ଏଥିରେ ୫ ଆତଙ୍କବାଦୀ ସଫେଇ କରିଥିଲେ ବାହାଦୁର ଯବାନ।

Leave a comment