ଗଞ୍ଜାମରେ ୪ ପଜିଟିଭ ଚିହ୍ନଟ ପରେ, ସ୍ଥିତି ତଦାରଖ ପାଇଁ ୨ ବରିଷ୍ଠ ଅଧିକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିତି ତଦାରଖ ପାଇଁ ୨ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି। ଏହି ଦୁଇଜଣ ବରିଷ୍ଠ ଅଧିକାରୀ ହେଉଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଆରଏମଆରସି ଭୁବନେଶ୍ବରର ବୈଜ୍ଞାନିକ ଜୟସିଂହ ଖତ୍ରି।
ଏହି ଦୁଇଜଣ ଅଧିକାରୀ କରୋନା ମୁକାବିଲାର ତଦାରଖ କରିବେ। ଏଠାରେ ସୂଚନା ଥାଉ କି ଗଞ୍ଜାମ କୁ ବର୍ତ୍ତମାନ ବହୁ ସଂଖ୍ୟାରେ ସୁରଟରୁ ପ୍ରବାସୀ ଓଡ଼ିଆ ମାନେ ଫେରୁଛନ୍ତି।
ଆଉ ଏହି ସୁରଟ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇ ଅଧିକାରୀ ସ୍ଥିତିର ସମୀକ୍ଷା କରିବେ ।

Leave a comment