୪ ଜଣଙ୍କୁ ରାଜ୍ୟସଭା କୁ ମନୋନୀତ କଲେ ରାଷ୍ଟ୍ରପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସଭାକୁ ଯିବାପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଓଡ଼ିଶାର ବିଖ୍ୟାତ ପଥରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ବିଶିଷ୍ଟ ନୃତ୍ୟଙ୍ଗନା ସୋନାଲ ମାନସିଂହ। ଅନ୍ୟ ଦୁଇ ଜଣ ହେଲେ କୃଷକ ନେତା ରାମ୍‌ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା।

ପୁରୀରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର(୭୫) ଜଣେ ପ୍ରତିଷ୍ଠିତ ପଥରଶିଳ୍ପୀ ଭାବରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ସେ ‘ପଦ୍ମଶ୍ରୀ’, ‘ପଦ୍ମଭୂଷଣ’ ଓ ପଦ୍ମ ବିଭୂଷଣ ଉପାଧିରେ ସମ୍ମାନିତ ହୋଇଛନ୍ତି । ୨୦୧୪ ଜାନୁଆରୀ ମାସରେ ସେ ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ଚତୁର୍ଥ ପ୍ରାର୍ଥୀ ଭାବେ ବିଜେଡ଼ି ତାଙ୍କୁ ସମର୍ଥନ ଦେଇଥିଲେ ମଧ୍ୟ ସେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ୱାଳଙ୍କ ଠାରୁ ପରାଜିତ ହୋଇଥିଲେ । ନିକଟରେ ଅମିତ୍ ଶାହା ଓଡ଼ିଶା ଆସିଥିଲା ବେଳେ ରଘୁନାଥଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ।

ସେହିପରି ମୁମ୍ୱାଇରେ ଜନ୍ମିତ ସୋନାଲ୍‌ ମାନସିଂହ (୭୪) ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍‌ ଓ ଓଡ଼ିଶୀରେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ୨୦୦୩ ମସିହାରେ ସେ ଭାରତ ସରକାରଙ୍କ ପଦ୍ମବିଭୂଷଣ ସମ୍ମାନ ପାଇଥିଲେ । ଏହାଛଡ଼ା ସେ ଜଣେ ସଫଳ କୋରିଓଗ୍ରାଫର, ଶିକ୍ଷୟିତ୍ରୀ ଓ ସାମାଜ ସେବୀ।

Leave a comment