ସତସଙ୍ଗରୁ ଫେରିବା ବେଳେ ଦୁର୍ଘଟଣା, ୪ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସତସଙ୍ଗରୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହେଲା । ଘଟଣା ସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ।

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧:୩୦ ରେ ରାଇରଙ୍ଗପୁରରୁ ସତସଙ୍ଗ ସାରି ପାଟଣା ଦେଇ ଫେରୁଥିବା ବେଳେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡରେ ଥିବା ଗଛରେ କାରଟି ପିଟି ହେବାରୁ ଘଟଣା ସ୍ଥଳରେ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡ଼ା, ଗୌତମ ବିକାଶ ସାହୁ, ପ୍ରଶାନ୍ତ କୁମାର ପାତ୍ର ଏବଂ ରାଜେଶ୍ୱର ବାରୁ । ତେବେ ମୃତ କଳ୍ପତରୁଙ୍କ ପୁଅ ଏଥିରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟରରେ କାର୍‌କୁ କାଟି ମୃତାହତଙ୍କୁ ଉଦ୍ଧାର କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

Leave a comment