ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ଚାଲିଛି ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ୨୦୧୪ ନିର୍ବାଚନରେ ସେହି ୪ଟି ଯାକ ଲୋକସଭା ଆସନ ବିଜେଡି ଜିତିଥିଲା ।
୨୦୧୯ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଲୋକସଭା ଆସନ ଗୁଡିକ ହେଲା ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ।
ଏଥର ବ୍ରହ୍ମପୁରର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଏବେ ବିଜେଡି ପ୍ରାର୍ଥୀ । କଂଗ୍ରେସ ଜଣେ ନୂଆ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ରେଡିଙ୍କୁ ସୁଯୋଗ ଦେଇଥିବାରୁ ଚନ୍ଦ୍ରଶେଖର ସାହୁଙ୍କ ପଲ୍ଲା ଭାରୀ ରହିବ । ବିଜେପି ପ୍ରାର୍ଥୀ ଭୃଗୁ ପାତ୍ରଙ୍କ ସହ ଚନ୍ଦ୍ରଶେଖରଙ୍କ ଟକ୍କର ଜୋରଦାର ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।
କଳାହାଣ୍ଡିରେ କଂଗ୍ରେସ ର ଭକ୍ତ ଦାସ ଜଣେ ପୁରୁଣା ପ୍ରାର୍ଥୀ , ବିଜେପି ଓ ବିଜେଡ଼ିର ପ୍ରାର୍ଥୀ ବଦଳିଛନ୍ତି । ବିଜେପିର ବସନ୍ତ ପଣ୍ଡା ଓ ବିଜେଡିର ପୁଷ୍ପେନ୍ଦୁ ସିଂହଦେଓ ଏଥର ନିର୍ବାଚନ ଲଢ଼ୁଛନ୍ତି । ପୂର୍ବଥର ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୧୪ ହଜାର ଥିଲା । କେନ୍ଦ୍ରର କେ.ବି.କେ ପାଣ୍ଠି ବାତିଲ ବିଜେପି ବିରୁଦ୍ଧରେ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ନବରଙ୍ଗପୁରରେ ପ୍ରଦୀପ୍ତ ମାଝୀ କଂଗ୍ରେସର ପୁରୁଣା ପ୍ରାର୍ଥୀ ଓ ସେ ଗତଥର ଖୁବକମ ବ୍ୟବଧାନରେ ହାରିଥିଲେ । ବଳଭଦ୍ର ମାଝୀ ଏଥର ବିଜେପି ର ଲୋକସଭା ପ୍ରାର୍ଥୀ । ମନ୍ତ୍ରୀ ରମେଶ ମାଝୀ ଏଥର ବିଜେଡିରୁ ପ୍ରାର୍ଥୀ ହେଇଛନ୍ତି । ଏଠାରେ ବି.ଏସ.ପି ପ୍ରାର୍ଥୀ ଥିବାରୁ ନିର୍ବାଚନ ଜିତିବା ପ୍ରାର୍ଥୀ ପାଇଁ ସେ ଏକ ନିର୍ଣ୍ଣାୟକ ଭୂମିକା ନେବା ସମ୍ଭାବନା ରହିଛି ।
ଏଥର କୋରାପୁଟର ବିଜେଡ଼ି ପ୍ରାର୍ଥୀ ମହିଳା ଓ ପୂର୍ବ ଏମ.ପି ଙ୍କ ସ୍ୱାମୀ । କଂଗ୍ରେସ ପ୍ରାର୍ଥୀ ଗିରିଧାରୀ ଗମାଙ୍ଗ ବିଜେପିରେ ଓ ପ୍ରାର୍ଥୀ ହେଇ ନାହାଁନ୍ତି । ଏଣୁ ଏଠି କଂଗ୍ରେସର ଭୋଟ ହାର କମି ପାରେ । ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି ପୂର୍ବରୁ ବିଜେଡିରେ ଥିଲେ ଓ ଏଥର ବିଜେପିରୁ ଲଢ଼ୁଛନ୍ତି । ଏଠି ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ଓ ଏଠାରେ ବିଏସପି ପ୍ରତିଦ୍ବନ୍ଦିତା କରୁଛି ଯାହା ମୁଖ୍ୟତଃ କଂଗ୍ରେସର କିଛି ଭୋଟ ଟାଣିବ ବୋଲି ରାଜନୀତିଜ୍ଞ ମନେ ମତବ୍ୟକ୍ତ କରିଛନ୍ତି ।