ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ କାଉଡ଼ିଆଙ୍କର ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରେନ୍‌ରେ କଟି ୪ ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ରାଉରକେଲା ପାନପୋଷ ରେଳ ଷ୍ଟେସନ ନିକଟରେ ଘଟିଛି । ସେମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ, କାଲି କିଛି କାଉଡିଆ ବେଦବ୍ୟାସ ପୀଠରେ ଶିବଙ୍କ ମସ୍ତକରେ ପାଣି ଢାଳିବା ପାଇଁ ଭୁବନେଶ୍ୱର-ରାଉରକେଲା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ରେ ଯାଇ ଝାରସୁଗୁଡା ଷ୍ଟେସନ୍‌ରେ ଓଲ୍ହାଇ ଥିଲେ । ସେଠାରୁ ସେମାନେ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଚାଲି ଚାଲି ଯାଉଥିବା ସମୟରେ ଏକ ଟ୍ରେନ୍‌ ସାମାନଙ୍କୁ ଧକ୍କା ଦେଇଥିଲା । ମୃତକଙ୍କ ଘର ଛତିଶଗଡ ଭିଲାଇ ଅଞ୍ଚଳରେ ଓ ସେମାନେ ଯାଜୁପର ଜିଲ୍ଲାରେ ରହି କାମ କରୁଥିଲେ ବୋଲି ଜଣାପଡ଼ିଛି।

Leave a comment