ଭାରତରେ ୪ କୋଭିଡ୍ ଟିକା ପ୍ରସ୍ତୁତ: ଜାଭଡେକର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏବେ ଭାରତରେ ୬ କୋଭିଡ୍ ଟିକାର ମାନବ ପରୀକ୍ଷଣ ଚାଲିଛି। ଭାରତ ବିଶ୍ୱରେ ଏକମାତ୍ର ରାଷ୍ଟ୍ର ଯେଉଁଠି ଟିକାଦାନ ପାଇଁ ୪ଟି କୋଭିଡ୍ ଟିକା ପ୍ରାୟତଃ ପ୍ରସ୍ତୁତ ହୋଇଗଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ବ୍ରିଟେନ୍ ଫାଇଜର ଓ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ଦେଇଥିଲା ବେଳେ ଆମେରିକା ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି। କିନ୍ତୁ ଭାରତରେ ଟିକା ଅନୁମୋଦନ ପାଇଁ ୩ଟି ଆବେଦନ ପହଞ୍ଚିଥିଲା ବେଳେ ୨ଟିକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି।
ସେ କହିଛନ୍ତି, ଭାରତରେ ମାନବ ପରୀକ୍ଷଣ ହେଉଥିବା ୬ଟି ଟିକା ମଧ୍ୟରୁ ୨ଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଏହି ଦୌଡର ଆଗରେ ରହିଛନ୍ତି। ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଆଷ୍ଟ୍ରାଜେନିକା ଓ ପୁନେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ହୋଇଛି। ସ୍ୱଦେଶ ନିର୍ମିତ କୋଭାକ୍ସିନ୍ ଟିକା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ସହଯୋଗରେ ଭାରତ ବାୟୋଟେକ୍ ବିକଶିତ କରିଛି। ଅନ୍ୟ ୨ଟି ଟିକାମଧ୍ୟରୁ ଗୋଟିଏ ଟିକା ହାଇଦ୍ରାବାଦର ବାୟୋଲୋଜିକାଲ ଇ-ଲିମିଟେଡ୍ ଆମେରିକାର ଏମ୍ଆଇଟି ସହଯୋଗରେ ବିକଶିତ କରିଥିଲା ବେଳେ ଅନ୍ୟଟିକୁ ଆମେରିକାର ଏଚଡିଟି ସହଯୋଗରେ ପୁଣେର ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା ବିକଶିତ ହୋଇଛି। ଆଉ ଗୋଟିଏ ଟିକା ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ଦ୍ୱାରା ବିକଶିତ ହୋଇଛି।

Leave a comment

You cannot copy content of this page