ଥରିଲା ଆଣ୍ଡାମାନ ନିକୋବର

0

ନିକୋବର ଦ୍ୱୀପରେ ରବିବାର ଦିନ ପ୍ରାୟ ୨ଟା ୫୯ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।

ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା।ନ୍ୟାସ୍‌ନାଲ ସେଣ୍ଟର ଫର୍ ସେସ୍ମୋଲୋଜୀର ସୂଚନା ଅନୁସାରେ, ଭୂମିକମ୍ପ ୧୦ କିମି ଗଭୀର ଭିତରେ ସଂଗଠିତ ହୋଇଥିଲା।

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଏପ୍ରିଲ ୬ ତାରିଖରେ ବି ଦ୍ୱୀପରେ ଭୂମିକମ୍ପ ହୋଇଥିଲା। ସେତେବେଳେ ଏହାର ତୀବ୍ରତା ୪.୬ ରହିଥିଲା। ଏହି ଭୂମିକମ୍ପ ରାତି ୧୦.୪୭ ମିନିଟ୍‌ରେ ହୋଇଥିଲା। ଏଥିରେ ବି କାହାର କିଛି କ୍ଷତି ହୋଇନଥିଲା।

Leave a comment