ରାଜ୍ୟରେ କରୋନାର ତୃତୀୟ ଲହର ଅଧିକ କ୍ଷତି କରିବ ନାହିଁ: ଡାକ୍ତର ନିରୋଜ ମିଶ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି। ଲକ୍ଡାଉନ୍ ଉଠିଲା ବେଳକୁ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଥିବ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ତୃତୀୟ ଲହର ସେତେଟା ଘାତକ ହେବନି। ତୃତୀୟ ଲହର ଦେଖି ରାଜ୍ୟ ସରକାର ବହୁତ ଆଗୁଆ ପଦକ୍ଷେପ ନେଇଛନ୍ତି, ଯାହା ଭଲ କଥା। ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୪ପ୍ରତିଶତ ରହିବ। ଏହା ସହ ତୃତୀୟ ଲହର ବେଳକୁ ବହୁ ଲୋକ ଟିକା ନେଇସାରିଥିବେ ଏବଂ ଔଷଧବି କିଛି ଆସି ଯାଇଥିବ। ତେଣୁ ତାହା ଘାତକ ହେବ ନାହଁ।