୩ୟ ଦଧୀଚି ପ୍ରତିଭା ସମ୍ମାନ : ସମ୍ବର୍ଦ୍ଧିତ ହେଲେ ୭ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ଓ ନିଆରା ଶିକ୍ଷାନୁଷ୍ଠାନ ଦଧୀଚି ଏଡୁକେସନାଲ୍ ଟ୍ରଷ୍ଟ ଦ୍ୱାରା ଭର୍ଚୁଆଲ୍ ପ୍ଲାଟଫର୍ମରେ ୩ୟ ଦଧୀଚି ପ୍ରତିଭା ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଓଡ଼ିଶାର କୃତୀ ପ୍ରତିଭା ଓ ମାଟ୍ରିକ୍ ଟପ୍ପରଙ୍କୁ ସମ୍ମାନଜନକ ଦଧୀଚି ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି। ଜୁମ୍ ୱେବନାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଲଣ୍ଡନର ଇନ୍ସାଇଟ୍ ୟୁ.କେ.ପ୍ରାଇଭେଟ୍ ଲିମିଟେଡ୍ର ବରିଷ୍ଠ ଆଇଟି ଅଧିକାରୀ ଶ୍ରୀଯୁକ୍ତ ସୁକାନ୍ତ କୁମାର ସାହୁ, ମୂଖ୍ୟବକ୍ତା ଭାବେ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଧୂଭୂଷଣ ମହାନ୍ତି, ସମ୍ମାନୀତ ଅତିଥିଭାବରେ ପୁରୀ ଗୋବର୍ଦ୍ଧନ ମଠସ୍ଥିତ ଆଦିତ୍ୟବାହିନୀର ରାଷ୍ଟ୍ରୀୟ ସଂପାଦକ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଆଜିର ୱେବନାର ଆରମ୍ଭ ହୋଇଥିଲାଏକ ସୁନ୍ଦର ବୃ ଚିତ୍ର ମାଧ୍ୟମରେ ଯାହା ପର୍ଯ୍ୟବେସିତ ଥିଲା ଦଧୀଚି ଗ୍ରୁପ୍ର ଜୟଯାତ୍ରା ଓ କାର୍ଯ୍ୟକ୍ରମ ସଂପର୍କରେ। ପରେ ପରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ମନୋଜ କୁମାର ଦାଶ, ସ୍ୱାଗତ
ସଂଭାଷଣ ଦେଇଥିଲେ। ସେ କହିଥିଲେ ଓଡ଼ିଶାର ଅନେକ ପ୍ରତିଭା ଆଜି ବିଶ୍ୱ ଦରବାରରେ ସେମାନଙ୍କର ପରାକାଷ୍ଠା ଦେଖାଇ ସାରିଛନ୍ତି, ସାଂପ୍ରତିକ ପରିସ୍ଥିତିରେ ଆମର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବା ଦ୍ୱାରା ସେମାନେ ସମାଜ ପାଇଁ ଓ ରାଷ୍ଟ୍ର ପାଇଁ ଭଲ କାମ କରିବାକୁ ସଂକଳ୍ପ ନେବେ। ଗତ ୩ ବର୍ଷ ଧରି ଦଧୀଚି ଶିକ୍ଷାନୁଷ୍ଠାନ ଯେଉଁ ପ୍ରତିଭା ସମ୍ମାନ କରିଆସୁଛି ତାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଗୋଟିଏ ମ ରେ ବରିଷ୍ଠ ପ୍ରତିଭାଙ୍କ ଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ ପ୍ରତିଭାକୁ ଏକାଠି କରି ସମ୍ବର୍ଦ୍ଧିତ କରିବା ବାସ୍ତବରେ ଏକ ନିଆରା ପରମ୍ପରା ବୋଲି ପ୍ରକାଶ କରିଥିଲେ ପଣ୍ଡିତ ମିଶ୍ର। ଏଭଳି ମ ଅନେକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସମାଜ ଉନ୍ନତ ପାଇଁ ପ୍ରେରଣାର ଖୋରାକ ଯୋଗାଇଥାଏ ବୋଲି ପ୍ରକାଶ କରିଥିଲେ ଶ୍ରୀ
ମହାନ୍ତି। ଚଳିତବର୍ଷ ସାହିତ୍ୟରେ ଉତ୍କର୍ଷତା ପାଇଁ ଦଧୀଚି ‘ସାହିତ୍ୟ ଜ୍ୟୋତି’ ସମ୍ମାନରେ ସମ୍ମାନୀତ କରାଯାଇଥିଲା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଲେଖିକା ଶ୍ରଦ୍ଧାଞ୍ଜଳୀ କାନୁନଗୋଙ୍କୁ, ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଓଟିଭିକୁ
ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ବିଶିଷ୍ଟ ଶିଳ୍ପପତି ତଥା ହରି-ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଂଗ୍ରାମ ଦାସକୁ ଦଧୀଚି ଶିଳ୍ପଜ୍ୟୋତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ସଫଳ ମହିଳା ଭାବେ ସମ୍ବାଦ ଗ୍ରୁପ୍ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଯୁବ ଶିଳ୍ପୋଦ୍ୟୋଗୀ ଶ୍ରୀଯୁକ୍ତ ତନୁଜ କୁମାର ମହାନ୍ତିଙ୍କୁ ଦଧୀଚି ଶିଳ୍ପଜ୍ୟୋତି ସମ୍ମାନ, ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ଦଧୀଚି ସେବାଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ରେମୁଣାର ଜିତେନ ମହାଳିକଙ୍କୁ ଦଧୀଚି ଛାତ୍ରଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ସମସ୍ତ ସମ୍ବର୍ଦ୍ଧିତ ପ୍ରଭିଭାଙ୍କୁ ଦଧୀଚି ପକ୍ଷରୁ ପୁଷ୍ପଗୁଚ୍ଛ, ଉ ରୀୟ, ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ଜିତେନ ମହାଳିଙ୍କୁ ଟ.୧୦,୦୦୦ଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ଦଧୀଚି ଶିକ୍ଷାନୁଷ୍ଠାନର ଏଭଳି ମହ କାର୍ଯ୍ୟକ୍ରମକୁ ସମସ୍ତ ପ୍ରତିଭାମାନେ ପ୍ରଶଂସା କରିଥିବା ବେଳେ ଏହା ସେମାନଙ୍କୁ ଆହୁରି ଭଲ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଶେଷରେ ଦଧୀଚି ଶିକ୍ଷାନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଲ୍ଲାସ ଚନ୍ଦ୍ର ବେହୁରା ଉପସ୍ଥାପନା କରିଥିଲେ। ଦଧୀଚି ଶିକ୍ଷାନୁଷ୍ଠାନ ପକ୍ଷରୁ କୋଭିଡ୍-୧୯ର ସମସ୍ତ ନିୟମାବଳୀ
ସହ ପ୍ରତିଭାମାନଙ୍କୁ ସେମାନଙ୍କ ଘରେ ସମ୍ବର୍ଦ୍ଧନା ପ୍ରଦାନ କରିବାରେ ସହଯୋଗ କରିଥିଲେ ଅନୁଷ୍ଠାନର ଅର୍ଥ ବିଭାଗର ନିର୍ଦ୍ଦେଶକ ବାସୁଦେବ ବିଶ୍ୱାଳ, ପ୍ରୋଜେକ୍ଟ ନିର୍ଦ୍ଦେଶକ ପ୍ରଭାତ କୁମାର ପାଢ଼ୀ,ଆଡ୍ମିନିଷ୍ଟ୍ରେସନ୍ ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା। ଚଳିତବର୍ଷର ୩ୟ ଦଧୀଚି ସମ୍ବର୍ଦ୍ଧନା ଓ ୱେବନାରୀ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ହ୍ୱାଇଟ୍ କାନଭାସ୍ ଇଭେଣଟ ର ସାରଳା ପ୍ରସାଦ ମିଶ୍ର, ସୌମ୍ୟଜିତ୍ ପରିଡ଼ା, ଅମୃତ ରଂଜନ ଦାଶ, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ ଓ ପତିତପାବନ ପଣ୍ଡା ।
ସମ୍ବର୍ଦ୍ଧିତ ପ୍ରତିଭା :
୧) ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ-୨୦୨୦: ଶ୍ରଦ୍ଧାଞ୍ଜଳୀ କାନୁନ୍ଗୋ, ବିଶିଷ୍ଟ ଲେଖିକା ।
୨) ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ-୨୦୨୦: ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ।
୩) ଦଧୀଚି ଶିଳ୍ପଜ୍ୟୋତି ସମ୍ମାନ-୨୦୨୦: ଶ୍ରୀଯୁକ୍ତ ସଂଗ୍ରାମ ଦାଶ, ପରିଚାଳନା ନିର୍ଦ୍ଦେଶକ, ହରିଉଦ୍ୟୋଗ ।
୪) ଦଧୀଚି ସଫଳ ମହିଳା ସମ୍ମାନ-୨୦୨୦: ଶ୍ରୀମତୀ ତନୟା ପଟ୍ଟନାୟକ, କାର୍ଯ୍ୟକାରୀ ନିର୍ଦ୍ଦେଶିକା, ସମ୍ବାଦ ଗ୍ରୁପ୍ ।
୫) ଦଧୀଚି ଶିଳ୍ପଜ୍ୟୋତି ସମ୍ମାନ-୨୦୨୦: ଶ୍ରୀଯୁକ୍ତ ତନୁଜ ମହାନ୍ତି, ପ୍ରମୋଟର, ଏସ୍.ଜି.ଏମ୍.
୬) ଦଧୀଚି ସେବାଜ୍ୟୋତି ସମ୍ମାନ-୨୦୨୦: ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର, ବିଶିଷ୍ଟ ଅଭିନେତା ଓ ସମାଜସେବୀ ।
୭) ଦଧୀଚି ଛାତ୍ର ଜ୍ୟୋତି ସମ୍ମାନ-୨୦୨୦ : ଶ୍ରୀମାନ୍ ଜିତେନ୍ ମହାଳିକ, ମାଟ୍ରିକ୍ ଟପ୍ପର – ୨୦୨୦.