ରାଜ୍ୟର ତୃତୀୟ କରୋନା ରୋଗୀ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ । ପୂର୍ବରୁ ଏହି ସଂଖ୍ୟା ୨ଥିବା ବେଳେ ଏହା ଆଜି ୩ରେ ପହଞ୍ଚିଛି । ଆଜି ଏହି ସୂଚନା ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି । ଏହି ତୃତୀୟ କରୋନା ରୋଗୀ ଭୁବନେଶ୍ୱର ର ବୋଲି ଜଣାଯାଇଥିବା ବେଳେ ତାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି ।

ସେହିପରି ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୯୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମିଳିଛି ସୂଚନା ।

Leave a comment
<p>You cannot copy content of this page</p>