ଭଦ୍ରକରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ କରୋନା ପଜିଟିଭ୍ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
ଏହି ସୂଚନା ମିଳିଛି। ଏହା ସହିତ ଏବେ ଭଦ୍ରକରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଲେଖାଯାଇଛି, ବାସୁଦେବପୁର ବ୍ଲକ୍‌ରୁ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କୋଲକାତା ଗସ୍ତ କରିଥିଲେ। ଏହା ସହିତ ବାସୁଦେବପୁରରରେ କାରୋନା ପଜିଟିଭ୍ ସଂଖ୍ୟା ୬ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇସାରିଲେଣି। ୫୧ ଜଣ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିଛି।

Leave a comment