ପାଣି ପିଇବାକୁ ବାଜିବ ୩ ଥର ଘଣ୍ଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଦ୍ୟାଳୟରେ ପାଣି ପିଇବାକୁ ବାଜିବ ଘଣ୍ଟି । ଆଜି ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି ଗଞ୍ଜାମର ସବୁ ସ୍କୁଲରେ ପାଣି ପିଇବା ଘଣ୍ଟି ବାଜିଛି । ୧୧ଟା ୪୦ରେ ଆଜି ପ୍ରଥମ ଥର ପାଣି ପିଇବା ଘଣ୍ଟି ବାଜିଥିବା ବେଳେ ଦିନ ମଧ୍ୟରେ ତିନି ଥର ପାଣି ପିଇବାକୁ ଘଣ୍ଟି ବାଜିବ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଠିକ୍ ସମୟରେ ଛାତ୍ରଛାତ୍ରୀ ପାଣି ପିଇବେ ଏବଂ ସୁସ୍ଥ ରହିବେ । ସ୍କୁଲରେ ଅନେକ ସମୟରେ ଛାତ୍ରଛାତ୍ରୀ ସଠିକ ପରିମାଣର ପାଣି ପିଇନଥାନ୍ତି । ତେଣୁ ଛାତ୍ରଛାତ୍ରୀ କିଭଳି ଠିକ୍ ସମୟରେ ପାଣି ପିଇବେ ସେଥିପାଇଁ ୱାଟର ବେଲ ର ବ୍ୟବସ୍ଥା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।