୩୮ ଆହର କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକର୍ପିତ । ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଖୋଲିଲା ଆହର କେନ୍ଦ୍ର ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫ୍ରରନ୍ସି ମାଧ୍ୟମରେ ୩୮ଟି ଆହାର କେନ୍ଦ୍ରକୁ ଲୋକର୍ପିତ କରିଛନ୍ତି । ଏହି ୩୮ଟି ଆହାର କେନ୍ଦ୍ରର ଉଦଘାଟନ ପରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଖୋଲିଲା ଆହର କେନ୍ଦ୍ର ।

ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୫ ଏପ୍ରିଲ ୧ ତାରିଖରେ ଆହାର ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଆଜିକୁ ମିଶାଇ ରାଜ୍ୟରେ ୧୫୭ଟି ଆହାର କେନ୍ଦ୍ର ଖୋଲା ଯାଇଛି । ସେଠାରେ ଦୈନିକ ୧ ଲକ୍ଷ୍ୟ ଲୋକଙ୍କୁ ଭୋଜନ ଦିଆଯାଉଛି । ୩୦ଟି ଜିଲ୍ଲାର ୧୧୪ ପୌରାଞ୍ଚଳରେ ଏହି କେନ୍ଦ୍ର ଖୋଲାଯାଇଛି । ଏହି ଆହରକେନ୍ଦ୍ର ଗୁଡିକ ବସଷ୍ଟାଣ୍ଡ, ହସ୍ପିଟାଲ ଓ ରେଲୱେ ଷ୍ଟେସନ ନିକଟରେ ଖୋଲାଯାଇଛି । ଯାହା ଲୋକମାନଙ୍କ ପାଇଁ ବେଶ ସହାୟକ ହେଉଛି । ସେହିପରି ୨୦୧୮ ଡ଼ିସେମ୍ବର ୩୧ ତାରିଖରୁ ରାଜ୍ୟରେ ୫୬ଟି ରାତ୍ରିକାଳୀନ ଆହାର କେନ୍ଦ୍ର ଖୋଲାଯାଇଛି । ଏଥିରେ ଦୈନିକ ୧୫ ହାଜର ଲୋକ ଭୋଜନ ପାଇପାରୁଛନ୍ତି । ଆହାର କେନ୍ଦ୍ର ମାଧ୍ୟାମରେ ରାଜ୍ୟର ୭କୋଟି ୨ ଲକ୍ଷ୍ୟ ଲୋକ ଉପକୃତ ହୋଇପାରିଛନ୍ତି ।

Leave a comment