ଟିକା ନେବା ପରେ ୩୭ ଡାକ୍ତର କରୋନା ପଜିଟିଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ହୋମ୍ ଆଇସୋଲେସନରେ ଅଛନ୍ତି । ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, କରୋନା ସଂକ୍ରମିତ ଚିହ୍ନଟ ସମସ୍ତ ଡାକ୍ତର ପୂର୍ବରୁ କୋଭିଡ୍ ଟିକା ନେଇଥିଲେ । ସାର୍ ଗଙ୍ଗାରାମ ହସ୍ପିଟାଲରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ୩୭ ଡାକ୍ତରଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।