ହଳଦୀ ପଡିଆ ବସ୍ତି ରୁ ୩୬.୬୫ଗ୍ରାମ ବ୍ରାଉନ ସୁଗର ଜବତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ହଳଦୀପଡ଼ିଆ ରୁ ପୁଣି ଜବତ ହେଲା ବ୍ରାଉନ ସୁଗର । କୁଇକ ଆକ୍ସନ ଟିମ ଓ ଲଷ୍ମୀସାଗର ପୋଲିସ ମିଳିତ ଭାବେ ଚଢ଼ାଉ କରି ୩୬.୬୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ନିଶା କାରବାର ଭୁବନେଶ୍ୱର ର ହଳଦୀପଡ଼ିଆ ରେ କ୍ୟାବିସ୍ତାର କରି ଚାଲି ଥିବାରୁ ଏହା ଉପରେ ରୋକ ଲଗାଇବାକୁ ଲଷ୍ମୀସାଗର ପୋଲିସ ତରଫରୁ ଚାଲିଛି ହଳଦୀପଡ଼ିଆ ରେ ମାରାଥନ ଚଢ଼ାଉ । ଆଜି କୁଇକ ଆକ୍ସନ ଟିମ ଓ ଲଷ୍ମୀସାଗର ପୋଲିସ ମିଳିତ ଭାବେ ଚଢ଼ାଉ କରି ପ୍ରଦୀପ ପ୍ରଧାନ ଓ ରବୀନ୍ଦ୍ର ପ୍ରଧାନ ନାମକ ଦୁଇ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୬.୬୫ ଗ୍ରାମ ବ୍ରାଉନ ସୁଗର ଓ ଏକ ବାଇକ ଜବତ କରିଛି । ଏହି ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୫ ରୁ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a comment