ଜାରି ହେବ ନୋଟିସ, ଭଙ୍ଗାଯିବ ୩୫ଜଣ ବିଧାୟକଙ୍କ କ୍ଵାଟର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ବିଧାୟକଙ୍କ ପାଇଁ ତିଆରି ହେବ ଆପାର୍ଟମେଣ୍ଟ । ବିଧାନସଭା ନିକଟରେ ଥିବା ବିଧାୟକ କଲୋନୀର ୩୫ଜଣ ବିଧାୟକଙ୍କ କ୍ଵାଟର ଭଙ୍ଗାଯିବ । ଖୁବଶୀଘ୍ର ଜାରି ହେବ ନୋଟିସ । ୪୦୦କୋଟି ଟଙ୍କା ବ୍ୟୟରେ ତିଆରି ହେବ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ଯେଉଁଠାରେ କଲ୍ୟାଣ ମଣ୍ଡପ, କନଫରେନ୍ସ ହଲ୍ , ଜିମ୍ ଓ ମର୍ଣ୍ଣିଂ ୱାର୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ଏହି ୭ ମହଲା କୋଠାରେ ୧୪୦ ବିଧାୟକଙ୍କ ପାଇଁ ତିଆରି ହେବ କ୍ବାର୍ଟର୍ସ | ଏସମ୍ୱନ୍ଧରେ ପୂର୍ବରୁ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଥିଲେ ।

ସୂଚନା ଅନୁଯାୟୀ, ବିଧାନସଭାର ନୂଆ ଅତିଥି ଭବନଠୁ କମିଶନରେଟ ପୁଲିସ ମୁଖ୍ୟାଳୟ ନିକଟସ୍ଥ ଟ୍ରାଫିକ ଛକ ପର୍ଯ୍ୟନ୍ତ ଥିବା ସମସ୍ତ କ୍ୱାର୍ଟର୍ସକୁ ଭାଙ୍ଗି ସେଠାରେ ଏହି ୭ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ସ୍ଥିର କରାଯାଇଛି । ସେହିପାଇଁ ୩୫ଜଣ ବିଧାୟକଙ୍କ ସହ ମୋଟ ୩୯ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଖୁବଶୀଘ୍ର ନୋଟିସ ଜାରି ଜାରି କରାଯିବ । ଆସନ୍ତା ଜାନୁୟାରୀ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଉକ୍ତ ସ୍ଥାନରେ ଥିବା ବିଧାୟକଙ୍କୁ ଡି-ବ୍ଲକରେ ଖାଲି ଥିବା ବିଧାୟକ କ୍ୱାର୍ଟର୍ସ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ୱାର୍ଟର୍ସ ଆବଣ୍ଟନ କରାଯିବ । ଯେଉଁ ମନ୍ତ୍ରୀ ଓ ବିଧାୟକଙ୍କୁ ଜାରିହେବ ନୋଟସ ସେମାନେ ହେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ମନ୍ତ୍ରୀ ଟୁକୁନି ସାହୁ, ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସମେତ ବିଧାୟକ ବ୍ୟୋମକେଶ ରାୟ, ପ୍ରଶାନ୍ତ ଜଗଦେବ, କେ.ନାରାୟଣ ରାଓ, ଶ୍ରୀକାନ୍ତ ସାହୁ, ଲକ୍ଷ୍ମଣ ମୁଣ୍ଡା, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଶାନ୍ତ ବେହେରା, ସୁବାସ ପାଣିଗ୍ରାହୀ, ଭାଗିରଥି ସେଠୀ, ଭାସ୍କର ମଢ଼େଇ, ସତ୍ୟନାରାୟଣ ପ୍ରଧାନ, ସୁଶାନ୍ତ ରାଉତ, ସୂର୍ଯ୍ୟମଣୀ ବୈଦ୍ୟ, ମିନାକ୍ଷୀ ମହାନ୍ତ, ରମେଶ ଚନ୍ଦ୍ର ସାଏ, ସୁନନ୍ଦା ଦାସ, ସଞ୍ଜିବ କୁମାର ମଲ୍ଲିକ, ଜୟନ୍ତ ଷଡ଼ଙ୍ଗୀ, ସାଲୁଗା ପ୍ରଧାନ, ସୁଧୀର କୁମାର ସାମଲ, ଅଧୀରଞ୍ଜନ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ଦାଶରଥି ଗମାଙ୍ଗ, ବାସନ୍ତୀ ହେମ୍ବ୍ରମ, ବିଷ୍ଣୁ ସେଠୀ, ମଞ୍ଜୁଳା ସ୍ୱାଇଁ, ଧ୍ରୁବ ସାହୁ, ସୁବାସ ଚନ୍ଦ୍ର ବେହେରା, ସୌଭିକ ବିଶ୍ୱାଳ ଓ ରଘୁରାମ ପଡ଼ାଲ ରହିଛନ୍ତି । ସେହିପରି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମାର୍ଶଲ ଦେବାଶୀଷ ପ୍ରଧାନ, ଆରସି ପଣ୍ଡା ।

Leave a comment