୩୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ) : ରାଜ୍ୟରେ ଥମିବାର ନା ଧରୁନି ଧଳାଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳାଜହର ଜବତ ହେଉଛି । ରାଜ୍ୟରୁ ବାହାର ରାଜ୍ୟକୁ ମଧ୍ୟ କାରବାର ହେଉଥିବା ଖବର ଆସୁଛି ।
ପୁଣି ପୁରୀରୁ ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଭୁବନେଶ୍ୱର ଉପକଣ୍ଠ ଉତ୍ତରାରୁ ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।
ଏହି ଘଟଣାରେ ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିବାଦର ।