ଗଙ୍ଗା ଜଳରେ ପବିତ୍ର ହୋଇ ଟିଏମ୍ସିରେ ମିଶିଲେ ୩୦୦ ବିଜେପି କର୍ମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ଶନିବାର ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିବାକୁ ବର୍ତ୍ତମାନ ବିରୋଧୀ ଦଳର ଅଧିକାଂଶ ନେତା ଓ କର୍ମୀ ଆଗ୍ରହ ପ୍ରକାଶ କରୁଛନ୍ତି। ତଦନୁଯାୟୀ ବୀରଭୂମ ଜିଲ୍ଲାରେ ବିଜେପିର ପ୍ରାୟ ୩୦୦ କର୍ମୀ ଟିଏମ୍ସିକୁ ଫେରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ସୁଦ୍ଧା ସେମାନଙ୍କୁ ଏହି ସୁଯୋଗ ମିଳୁନଥିଲା। ସେଥିପାଇଁ ସେମାନେ ବୀରଭୂମ ସ୍ଥିତ ଟିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।
ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଗଙ୍ଗା ନଦୀରେ ସ୍ନାନ କରି ପବିତ୍ର ହେବାପରେ ସେମାନଙ୍କୁ ଟିମଏ୍ସରେ ସାମିଲ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏମାନେ ଟିଏମ୍ସି ଛାଡି ବିଜେପିରେ ଯୋଗଦେଇଥିଲେ। ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମ୍ସି ପୁଣି କ୍ଷମତାକୁ ଆସିବାପରେ ଏହି ବିଜେପି କର୍ମୀମାନେ ଭୁଲ ସୁଧାରିବାକୁ ଯାଇ ଟିଏମ୍ସିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।