ନାରଦା ସ୍କାମ୍ : ୩ ଟିଏମସି ନେତାଙ୍କୁ ଗିରଫ କଲା ସିବିଆଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାରଦା ସ୍କାମ ମାମଲାରେ ଗିରଫ ହେଲେ ପଶ୍ଚିମବଙ୍ଗର ୨ ମନ୍ତ୍ରୀ ଓ ଜଣେ ବିଧାୟକ। ପଶ୍ଚିମବଙ୍ଗରେ ତ୍ରୁଣମୂଳ (ଟିଏମସି) ସରକାର ଗଠନ ହେବା ମାତ୍ରେ ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ସୋଭନ ଚାଟାର୍ଜୀଙ୍କ ଘରେ ରେଡ କରିବାପରେ ସିବିଆଇ ଗିରଫ କରିଛି ।
ସୂଚନାନୁସାରେ, ସୋମବାର ସକାଳେ ପରିବହନ ମନ୍ତ୍ରୀ ତଥା କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ସଭାପତି ଫିରହାଦ୍ ହାକିମଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଥିଲା । କିଛି ସମୟ ପରେ ସିବିଆଇ ଫିରହାଦ୍ ହାକିମଙ୍କୁ ସାଙ୍ଗରେ ନେଇ ଯାଇଥିଲା । ସମର୍ଥକମାନେ ଫିରହାଦଙ୍କ ଘରେ ପହଞ୍ଚି ପ୍ରଦର୍ଶନ କରିଥିଲେ ।