ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ୩ ଟିପ୍ସ
କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ । ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ୟ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ ରଖିବାସହ ସଫା ଓ ସୁନ୍ଦର କରିଦିଏ।
ମହୁ : ମହୁ ତ୍ୱଚା ପାଇଁ ଲାଭପ୍ରଦ ଅଟେ। ପ୍ରତି ୨ ଦିନରେ ଥରେ ଖାଲି ମହୁ ଲଗାଇଲେ ଏହା ମୁହଁକୁ ଚିକ୍କଣ ରଖିବା ସହ ଏହାର ଚମକ ମଧ୍ୟ ବଢାଇଥାଏ।
କଦଳୀ ଓ ଅଟା : କଦଳୀ ଓ ଅଟାକୁ ଚକଟି ଏଥିରେ କିଛି କ୍ଷୀର ମିଶାଇ କିଛି ସମୟ ରଖନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଲଗାଇ୧୫ ରୁ ୨୦ ମିନିଟ୍ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ପ୍ରତି ୪ ଦିନକୁ ଥରେ ଏହା ଲଗାଇଲେ ଏହା ଖୁବ୍ ଉତ୍ତମ ଫଳ ଦେଇଥାଏ।
ବିଟ ବାଦାମ ତେଲ : ପ୍ରଥମେ ବିଟକୁ ଭଲ ଭାବେ ଧୋଇ ଏହାର ଚୋପାକୁ ବାହାର କରି , ଏହାକୁ କୋରି ଦିଅନ୍ତୁ। କୋରା ହୋଇଥିବା ବିଟକୁ ଶୁଖାଇ ଦିଅନ୍ତୁ। ଭଲ ଭାବେ ଏହାକୁ ଶୁଖାଇବା ପରେ ଏହାକୁ ପେଷି ପାଲିସ ଭାବେ ଗୁଣ୍ଡ କରି ଦିଅନ୍ତୁ। ୨ଚାମଚ ବିଟ ଗୁଣ୍ଡରେ ୨ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣ ବା ପ୍ରସ୍ତୁତ ଲିପ ବାମକୁ ଛୋଟ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ। ନିୟମିତ ଦିନ ସମୟରେ ୨ରୁ ୩ ଥର ଓ ରାତିରେ ଥରେ ଏହାକୁ ଲଗାଇ ଶୁଅନ୍ତୁ। ଏକ ମାସ ଲଗାଇବା ପରେ ଏହାର ଚମତ୍କାରିତା ଅନୁଭବ କରିପାରିବେ।