କେନ୍ଦ୍ର କର୍ମଚାରୀଙ୍କ ବଢିବ ୩% ମହଙ୍ଗା ଭତ୍ତା !

0

ଦେଶରେ ଦରଦାମ୍ ବଢି ଚାଲିଥିବା ବେଳେ କର୍ମଚାରୀ ମାନଙ୍କ ପାଇଁ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ଦ୍ୱାରା ହଜାର ହଜାର ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀ ଉପକୃତ ହେବେ । ବର୍ତ୍ତମାନ ମହଙ୍ଗା ଭତ୍ତା ୪୨ ପ୍ରତିଶତ ଥିବା ବେଳେ ୩% ବୃଦ୍ଧି ପରେ ଏହା ୪୫% ହେବ । ବୃଦ୍ଧି ପାଉଥିବା ଦରଦାମ୍‌କୁ ନଜରରେ ରଖି କ୍ଷତିପୁରଣ ଭାବରେ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି । ୪% ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଥିଲା । କିନ୍ତୁ ସରକାର ୩% ବଢାଇବାକୁ ନିଷ୍ପତି ନେଇଛନ୍ତି ।

Leave a comment