ସିଆରପିଏଫ କ୍ୟାମ୍ପକୁ ବିରୋଧ କରି ଧସେଇ ପଶିଲେ ଶତାଧିକ ମାଓବାଦୀ, ଯବାନଙ୍କ ଗୁଳିରେ ୩ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ସୁକମା ଜିଲ୍ଲାରେ ପୋଲିସ୍ କ୍ୟାମ୍ପ ଉପରେ ଗୁଳି ବିନିମୟ କରିଛନ୍ତି ମାଓବାଦୀ । ଏଥିରେ ତିନି ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସିଲଗୀର୍ ଅଞ୍ଚଳରେ ହେଉଥିବା ପୋଲିସ୍ କ୍ୟାମ୍ପକୁ ବିରୋଧ କରି ଗତ ତିନି ଦିନ ହେଲା ସ୍ଥାନୀୟଲୋକ ଆନ୍ଦୋଳନ କରୁଥିଲେ । ହେଲେ ଆଜି ପୋଲିସ୍ କ୍ୟାମ୍ପ ଉପରେ ଅଚାନକ ଗୁଳିଚାଳନା କରିଥିଲେ ମାଓବାଦୀ ।
ସୁକମାରେ ମାଓ ଉତ୍ପାତ କମାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଣ୍ଟା ଭିଡିଛନ୍ତି । ସେପଟେ ପ୍ରଶାସନର ଏଭଳି ଋଣନୀତିରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ । ଯେଉଁଥିପାଇଁ ପୋଲିସ କ୍ୟାମ୍ପକୁ ବିରୋଧ କରି ଗୁଳି ଚାଳନା କରିଥିବା ଜଣା ପଡିଛି । ଯେଉଁଥିରେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି ।