ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଜୟପୁରର ତିନି ଟାଣୁଆ ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ମୁଖ୍ୟ ଅନୁଗତ ତଥା ଜୟପୁର ନିର୍ବାଚନ ମଣ୍ଡଳୀର ୨୦୦୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହେବା ସହ କୋରାପୁଟ ଜିଲ୍ଲାରେ ବିଜେଡିକୁ ଅଧିକ ମଜବୁତ କରିବାକୁ ନେଇ କାମ କରିବେ ବୋଲି ଏହି ୩ ନେତା କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ସମୟରେ ବିରୋଧୀଙ୍କ ବିଜେଡି ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଫଳରେ ଏହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପଡ଼ିବା ନେଇ ଚର୍ଚ୍ଚା ହେଉଛି । ଫଳରେ ବିରୋଧୀ ଦଳ ଅଧିକ ଦୁର୍ବଳ ହେଉଥିବା ବେଳେ ଶାସକ ବିଜେଡି ଅଧିକ ସଶକ୍ତ ହେବାରେ ଲାଗିଛି।

Leave a comment