ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ି ୩ ଶ୍ରମିକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ପାଇକନଗର ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ି ପଡିଛି । କାନ୍ଥ ଭୁଶୁଡ଼ି ଯିବାରୁ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ବରମୁଣ୍ଡା ପାଇକନଗର ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡ଼ି ପଡିବା ଫଳରେ ସେଠାରେ କାମ କରୁଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କାନ୍ଥ ତଳୁ ୩ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।