ଲୋକସଭା ଆସନ ପାଇଁ କଂଗ୍ରେସର ୩ଟି କମିଟି ଗଠନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏଆଇସିସି, ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି । ଏଆଇସିସି ହାଇକମାଣ୍ଡ କୋର କମିଟି, ଇସ୍ତାହାର କମିଟି ଓ ପ୍ରଚାର କମିଟି ଗଠନ କରିଛନ୍ତି । ଓଡ଼ିଶାରୁ କେବଳ ଭକ୍ତ ଦାସ ପ୍ରଚାର କମିଟିରେ ସ୍ଥାନ ପାଇପାରିଛନ୍ତି ।

୨୦୧୯ ପାଇଁ ଗଠିତ କୋର ଗ୍ରୁପ କମିଟିରେ ଏକେ ଆଂଟୋନୀ,  ଗୁଲାମ ନବୀ ଆଜାଦ, ପି.ଚିଦାମ୍ବରମ୍, ଅଶୋକ ଗେହଲଟ, ମଲ୍ଲିକାର୍ଜୁନ ଖାଡ଼ଗେ, ଅହମ୍ମଦ ପଟେଲ, ଜୟରାମ ରମେଶ, ରଣଦୀପ ସୁରେଜୱାଲା, କେସି ବେଣୁଗୋପାଳ ସଭ୍ୟ ରହିଛନ୍ତି ।

ଇସ୍ତାହାର କମିଟିରେ ମନପ୍ରୀତ ବାଦଲ, ପି.ଚିଦାମ୍ବରମ, ସୁଶ୍ମିତା ଦେବ, ରାଜୀବ ଗୌଡ଼ା, ଭୂପେନ୍ଦ୍ର ସିଂହ ହୁଦା, ଜୟରାମ ରମେଶ, ସଲମନ ଖୁର୍ସିଦ, ବିନ୍ଦୁ କ୍ରୀଷ୍ଣନ, କୁମାରୀ ସେଲଜା, ରଘୁବୀର ମୀନା, ବାଳଚନ୍ଦ୍ର ମୁଙ୍ଗେକର, ମୀନାକ୍ଷୀ ନଟରାଜନ, ରଜନୀ ପାଟିଲ, ସାମ ପିଟ୍ରୋଡ଼ା, ସଚିନ ରାଓ, ତାମ୍ରଧ୍ୱଜ ସାହୁ, ମୁକୁଲ ସାଙ୍ଗମା, ଶଶୀ ଥରୁର, ଲଲିତେଶ ତ୍ରିପାଠୀ ସଭ୍ୟ ଅଛନ୍ତି ।

ଅପରପକ୍ଷରେ ପ୍ରଚାର କମିଟିରେ ଭକ୍ତ ଚରଣ ଦାସ, ପ୍ରବୀଣ ଚକ୍ରବର୍ତୀ, ମିଲିନ୍ଦ ଦେଓରା, କେଟକର କୁମାର, ପୱନ ଖେର, ଭିଡ଼ି ସାଥେସାନ, ଆନନ୍ଦ ଶର୍ମା, ଜୟବୀର ଶେରଗିଲ, ରାଜୀବ ଶୁକ୍ଲା, ଦିବ୍ୟା ସ୍ପନ୍ଦନା, ରଣଦୀପ ସୁରେଜୱାଲା, ମନୀଷ ତିୱାରୀ ଓ ପ୍ରମୋଦ ତିୱାରୀଙ୍କୁ ସଭ୍ୟ ରଖାଯାଇଛି ।,

Leave a comment

You cannot copy content of this page