ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଶିଶୁ ମୃତ, ଦୁଇ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲା କଚେଲି ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଶିଶୁ ଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ଝିଅ ଓ ଜଣେ ପୁଅ । ସେମାନେ ହେଲେ ୧୩ବର୍ଷର ସୁକାନ୍ତି ପାଢ଼ୀ, ୧୨ ବର୍ଷର ସୀତାରାମ ମାଢ଼ୀ ଓ ୮ ବର୍ଷର ଅଞ୍ଜଳୀ ମାଢ଼ୀ ।
ଏହି ଘଟଣାରେ ଗୁରୁତର ଥିବା ମା’ ଏବଂ ଜଣେ ୨ବର୍ଷର ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଜଙ୍ଗଲୀ କନ୍ଦା କିମ୍ବା ଚେର ଖାଇ ଏମାନଙ୍କ ଜୀବନ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅପରପକ୍ଷରେ ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ଗାଁରେ ଡାକ୍ତର ଟିମ୍ ପହଂଚିଛନ୍ତି । ବିଷାକ୍ତ ଖାଦ୍ୟ ଯୋଗୁ ଝାଡ଼ା ବାନ୍ତି ହେବା ସହ ସେମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍ ଅନୁମାନ କରୁଛନ୍ତି ।