ଏଏସଇଙ୍କ ସହ ୩ ଗଞ୍ଜେଇ ମାଫିଆ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜେଇ ରାକେଟରେ ଫସିଲେ ପୋଲିସ ବାବୁ । ମାଲକାନଗିରି ଜିଲ୍ଲା ପୁଲିସ ଏବେ ଏଭଳି ଏକ ଘଟଣାର ପର୍ଦାଫାସ କରି ଜଣେ ପୁଲିସ ଏଏସଆଇ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ଜବତ କରିବା ସହ ୧୦ ହଜାର ନଗଦ ଟଙ୍କା , ଗୋଟିଏ ଲ୍ୟାପଟପ, ଗୋଟିଏ କାର, ଦୁଇଟି ବାଇକ ଏବଂ ମୋବାଇଲ ଜବତ କରିଛି।

ମାଲକାନଗିରି ଜିଲ୍ଲା ପୁଲିସ ଖବର ପାଇଥିଲା ଯେ ଜଣେ ପୁଲିସ ଅଧିକାରୀ କିଛି ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ମାତିଛନ୍ତି। ତୁରନ୍ତ ଏକ ସ୍କ୍ବାଡ ଗଠନ କରାଯାଇ ଏହି ଗଂଜେଇ ମାଫିଆମାନଙ୍କୁ ଧରିବା ନେଇ ଲାଗି ପଡିଥିଲେ।ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ନିଜେ ମାଲକାନଗିରି ଆସି ଗଂଜେଇ ଚାଲାଣ କରିବା ନେଇ ଗାଡି ଖୋଜୁଥିଲେ। ତାଙ୍କର ତିନି ସହଯୋଗୀ ମାଲକାନଗିରିର ଗୋଟିଏ ସ୍ଥାନରେ ଗଂଜେଇ ଲୁଚାଇ ରଖିଥିଲେ। ସେଠାରୁ ଗଂଜେଇକୁ ଛତିଶଗଡ ରାସ୍ତାରେ ପାର କରିବାକୁ ଚାହୁଁଥିଲେ। ତେବେ ଏହି ଖବର ପୁଲିସକୁ ମିଳିବା ପରେ ଦୁଇ ଏସଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ବିବେଦୀ ଏମାନଙ୍କୁ ଧରିବା ପାଇଁ ଏକ ପ୍ଲାନ ପ୍ରସ୍ତୁତ କରି ସଫଲ ହୋଇଥିଲେ।

Leave a comment