ଭୁଶୁଡିଲା ଘର କାନ୍ଥ, ଚାପି ହୋଇଗଲେ ସ୍ବାମୀ-ସ୍ତ୍ରୀ ଓ ୨ ଶିଶୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ୍ ବଟିରା ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଅଘଟଣ । ଘର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରକୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ସୂଚନାଯୋଗ୍ୟ ଯେ, ମାର୍ଶାଘାଇ ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଜିତେନ୍ଦ୍ର ସେଠୀ ଜଣେ ଦିନ ମଜୁରିଆ । ସେ ତାଙ୍କ ସ୍ତ୍ରୀ ସୁନନ୍ଦା ସେଠୀ ଏବଂ ୨ ଶିଶୁ ପୁତ୍ରଙ୍କ ସହ ଘରେ ଥିବାବେଳେ ହଠାତ ତାଙ୍କ ଚାଳ ଛପର ଘର ତାଙ୍କ ଉପରେ ଭୁଶୁଡି ପଡିଥିଲା । ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭିଜି ଯାଇଥିଲା । ହଠାତ୍ ଘରଟି ଭୁଶୁଡି ପଡିବାରୁ ଜିତେନ୍ଦ୍ର ତାଙ୍କ ସ୍ତ୍ରୀ ସୁନନ୍ଦା ଏବଂ ତାଙ୍କ ୨ ଶିଶୁ ପୁତ୍ର ଘର ତଳେ ଚାପି ହୋଇ ରହିଥିଲେ । ପାଟିଶୁଣି ସ୍ଥାନୀୟ ଲୋକମାନେ ଆସି ଚାଳଛପର କାଟି ତାଙ୍କୁ ଉଦ୍ଧାର କରିଥିଲେ । ଏବେବି ଘର ତଳେ ଚାପି ହୋଇ ରହିଛି ଘରର ସମସ୍ତ ଆସବାବପତ୍ର ।