ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ପଶ୍ଚିମ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ଦଳର ପ୍ରାର୍ଥୀ ଓ ନେତା । ୧୮ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ସମସ୍ତେ ବଳ କହୁଛନ୍ତି । ଏଥର ନିର୍ବାଚନରେ ବିଜେଡ଼ିର ପ୍ରଚାର ମଙ୍ଗ ଧରିଛନ୍ତି ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ପଶ୍ଚିମ ଓଡ଼ିଶାରେ ମାରାଥନ ପ୍ରଚାର ଚଳାଇଛନ୍ତି । ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ଏହାପରେ ପଦ୍ମପୁରରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

ଏହାପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପହଞ୍ଚି ନବୀନ ହାଇଟେକ୍ ବସରେ ରୋଡ ଶୋ’ କରିଛନ୍ତି । ପ୍ରଚାର ବେଳେ କେନ୍ଦ୍ର ସରକାରଙ୍କ ବିଫଳତା ଦର୍ଶାଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନବୀନ ଭୋଟରଙ୍କୁ ନିବେଦନ କରିଥିଲେ। ଆଜି ବେଲପଡାରୁ କଂଟାବାଞ୍ଜି, ବଙ୍ଗୋମୁଣ୍ଡା, ହଲରଦି ଟିଟିଲାଗଡ, ବେଲଗାଁ, ବଲାଙ୍ଗିର, ଲୋଇସିଂହାରେ ବିଜେଡିର ରୋଡ ଶୋ’ ହେବ । ତେବେ ଆଜି ବରଗଡରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a comment